ରାଜନୀତି
କିଏ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହେବ

କିଏ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହେବ ତାହାକୁ ନେଇ ଏଯାଏଁ ସସପେନ୍ସ ଲାଗି ରହିଛି । ଏସବୁ ଭିତରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ବିଜେପିର ଶୀର୍ଷ ନେତୃତ୍ୱଙ୍କ ସାମ୍ନାରେ ଏକ ଭିନ୍ନ ଧରଣର ଦାବି କରିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ବର୍ଷେ ସୁଯୋଗ ଦେବାକୁ କେନ୍ଦ୍ରୀୟ ନେତୃତ୍ୱଙ୍କ ସାମ୍ନାରେ ନିଜର ଦାବି ବସୁନ୍ଧରା ରାଜେ ରଖିଥିବା ସୂଚନା ମିଳୁଛି । କିନ୍ତୁ ଦଳ ପକ୍ଷରୁ ତାଙ୍କୁ ବାଚସ୍ପତି ପଦବୀରେ ବସିବାକୁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ଏହାକୁ ସେ ଗ୍ରହଣ କରିନଥିବା ବିଭିନ୍ନ ସୂତ୍ରରୁ ଖବର ସାମ୍ନାକୁ ଆସିଛି ।