Breaking NewsFeaturedରାଜନୀତି

ଭାରତ ନ୍ୟାୟ ଯାତ୍ରାରେ ଓଡିଶାର କେତୋଟି ଜିଲ୍ଲା ସାମିଲ, ଦେଖନ୍ତୁ ।

ଆସନ୍ତା ଜାନୁଆରୀ ୧୪ରୁ ଆରମ୍ଭ ହେବ ଭାରତ ନ୍ୟାୟ ଯାତ୍ରା । ଏନେଇ ଆଜି ଦିଲ୍ଲୀରେ ବଡ ଧରଣର ରଣନୀତି ପ୍ରସ୍ତୁତ କରିଛି କଂଗ୍ରେସ । ଏଆଇସିସି ଜେନେରାଲ ସେକ୍ରେଟେରୀ, ସବୁ ରାଜ୍ୟର ପିସିସି ମୁଖ୍ୟ, ବିଧାନ ପରିଷଦ ସଦସ୍ୟ, ଅଧ୍ୟକ୍ଷ ଖଡଗେ, ରାହୁଲ ଗାନ୍ଧୀ ଓ ଅନ୍ୟ ନେତୃମଣ୍ଡଳିଙ୍କ ଉପସ୍ଥିତିରେ ପ୍ରସ୍ତୁତ କରାଯାଇଛି ରୋଡମ୍ୟାପ । ମଣିପୁର ରୁ ମୁମ୍ବାଇ ଯାତ୍ରା ନେଇ ରୂପରେଖ ତିଆରି ହୋଇଛି । ଏହି ଯାତ୍ରା ୬୭ଦିନରେ ଦୀର୍ଘ ୬୭୦୦କିମି,୧୧୦ଜିଲ୍ଲା. ୧୦୦ଲୋକସଭା ଆସନ ଓ ୩୩୭ ବିଧାନସଭା କ୍ଷେତ୍ର ପରିକ୍ରମା କରିବାର ଯୋଜନା କରାଯାଇଛି । ସେଥିରେ ଓଡିଶା ମଧ୍ୟ ରହିଛି । ରାଜ୍ୟର ୪ଜିଲ୍ଲାରେ ୩୪୧କିମି ଯାତ୍ରା କରିବ କଂଗ୍ରେସ । ଦେଖନ୍ତୁ କେଉଁ ରାଜ୍ୟର କେତୋଟି ଜିଲ୍ଲା ଯାତ୍ରା କରିବା ସଂପର୍କରେ କଣ କହୁଛନ୍ତି କଂଗ୍ରେସ ମହାସଚିବ ଜୟ ରାମ ରମେଶ

ତେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆରମ୍ଭ ହେବାକୁ ଯାଉଛି ଏହି ଯାତ୍ରା । ତେଣୁ ଏଥିରେ ଓଡିଶା ସାମିଲ ହୋଇଥିବାରୁ ଉତ୍ସାହିତ ହୋଇ ପଡିଛନ୍ତି ଓଡିଶା କଂଗ୍ରେସ ନେତୃମଣ୍ଡଳୀ ।

Related Articles

Back to top button
WP Twitter Auto Publish Powered By : XYZScripts.com