ସ୍ୱାସ୍ଥ୍ୟ
ରାଉରକେଲାରେ ଡାଇରିଆରେ ମୃତକଙ୍କ ସଂଖ୍ୟା ୮ରେ ପହଞ୍ଚିଛି
ରାଉରକେଲାରେ ଡାଇରିଆରେ ମୃତକଙ୍କ ସଂଖ୍ୟା ୮ ରେ ପହଞ୍ଚିଛି। ଆକ୍ରାନ୍ତ ହୋଇଥିବା ଆଉ ଦୁଇଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ରାଉରକେଲା ପ୍ଲାଣ୍ଟସାଇଟ ଅଞ୍ଚଳର ମହମ୍ମଦ ଅସଲମ ଓ ରାଉରକେଲା ଗାନ୍ଧୀରୋଡର ଅତୁଲ କିସାନ ।
ପୂର୍ବରୁ ରାଉରକେଲା ରେଳ ଷ୍ଟେସନ୍ ନିକଟ ନୀଳାଚଳ ହୋଟେଲର ମାଲିକ ପ୍ରଣବ କିଶୋର ସ୍ବାଇଁ ଆଖି ବୁଜିଥିଲେ। ହାଇଟେକ ମେଡିକାଲ କଲେଜରେ ୨୫ଜଣ ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି।