Breaking NewsFeaturedରାଜନୀତି

ଝାଡଖଣ୍ଡରେ ହେବେ ମହିଳା ମୁଖ୍ୟମନ୍ତ୍ରୀ! Hemant Soren ଆଉଟ, କଳ୍ପନା ଇନ୍! || Jharkhand Politics

ମୁଖ୍ୟମନ୍ତ୍ରୀ ହେବେ ଓଡିଆ ଝିଅ । ଝାଡଖଣ୍ଡର ମଙ୍ଗ ଧରିବେ କଳ୍ପନା । ମୁଖ୍ୟମନ୍ତ୍ରୀ ପଦରୁ ସୋରେନ ଇସ୍ତଫା ଦେବା ପରେ ତାଙ୍କ ପତ୍ନୀ କଳ୍ପନା ସୋରେନ ହେବେ ଝାଡଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ । ଏନେଇ ରାସ୍ତା ସ୍ୟଫା ହୋଇସାରିଛି । ଏଭଳି କିଛି ଚର୍ଚ୍ଚା ଏବେ ଝାଡଖଣ୍ଡର ଗଳି ଗଳିରେ କରାଯାଉଛି । ତେବେ ଏହାରି ଭିତରେ ଏବେ ଲାଇମଲାଇଟକୁ ଆସିଛନ୍ତି କଳ୍ପନା ସୋରେନ । ଯିଏ କି ଜଣେ ଓଡିଆ ଝିଅ ଓ ତାଙ୍କ ବାପଘର ଓଡିଶାରେ । ୧୯୭୬ ମସିହାରେ ରାଂଚିରେ ଜନ୍ମ ଗ୍ରହଣ କରିଥିଲେ କଳ୍ପନା । ହେଲେ ସେ ଓ ତାଙ୍କ ପୁରାପରିବାର ମୟୁରଭଂଜ ବାରିପଦା ଭଂଜପୁରର ମୂଳବାସିନ୍ଦା । ତେବେ କଳ୍ପନା ଜଣେ ଉଚ୍ଚଶିକ୍ଷିତା । ଏମ-ଟେକ ଓ ଏମବିଏରେ ସେ ଡିଗ୍ରୀ ହାସଲ କରିଛନ୍ତି । ପରବର୍ତୀ ସମୟରେ ୨୦୦୬ ଫେବୃଆରୀ ୭ରେ ଝାଡଖଣ୍ଡର ହେମନ୍ତ ସୋରେନଙ୍କୁ ବିବାହ କରିଥିଲେ କଲ୍ପନା । ପରେ ତାଙ୍କର ନିଖିଲ ଓ ଅଂଶ ନାମରେ ୨ଟି ସନ୍ତାନ ଅଛନ୍ତି । ଏସବୁ ସତ୍ୱେ ରାଜନୈତିକ ଦୃଷ୍ଟିକୋଣରୁ ଦେଖିଲେ ବର୍ତମାନ ରାଂଚି ଜମି ଦୁର୍ନୀତି ମାମଲାରେ ତଦନ୍ତ କରୁଛି ଇଡି । ଯେଉଁଥିରେ ଛନ୍ଦି ହୋଇପଡିଛନ୍ତି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ହେମନ୍ତ ସୋରେନ । ଏନେଇ ତାଙ୍କୁ ୮ଥର ସମନ କରିଛି ତଦନ୍ତକାରୀ ସଂସ୍ଥା । ଏବଂ ୩୧ଡିସେମ୍ବର ୨୦୨୩ ଥିଲା ଡେଡଲାଇନ । କିନ୍ତୁ ଏଯାଏ ଗିରଫ ଭୟରେ ହାଜର ହୋଇନାହାନ୍ତି ସୋରେନ । କିନ୍ତୁ ଜେଏମଏମର ଗାଦେୟ ବିଧାୟକ ସର୍ଫରାଜ ଅହମଦ ଇସ୍ତଫା ଦେଇଛନ୍ତି । ଏହାସହ ହେମନ୍ତଙ୍କ ଜଣେ ସହେଯାଗୀଙ୍କ ଘରେ ଆଜି ରେଡ କରିଛି ଇଡି । ତେଣୁ ଏସବୁ ଗୋଳମାଳିଆ ପରିସ୍ଥିତିକୁ ଦେଖିଲେ ହେମନ୍ତ ପତ୍ନୀ କଳ୍ପନାଙ୍କୁ ମୁଖ୍ୟମନ୍ତ୍ରୀ ଆସନ ହସ୍ତାନ୍ତର କରିବାକୁ ଯୋଜନା କରୁଥିବା ଦାବି ହେଉଛି । ଯଦି ଏହା ସତ ହୁଏ ତେବେ ପ୍ରଶ୍ନ କେଉଁ ଆସନରୁ ବାଇ ଇଲେକ୍ସନ ଲଢିବେ କଳ୍ପନା । ଆସନ୍ତୁ ତା ଉପରେ ଟିକେ ନଜର ପକାଇବା ।

ଗାଦେୟ ହେଉଛି ଏକ ଅସଂରକ୍ଷିତ ଆସନ । ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ଜଣେ ଆଦିବାସୀ। ତେବେ ଗାନ୍ଦେୟ ବିଧାୟକ କାହିଁକି ତାଙ୍କ ପାଇଁ ଆସନ ଛାଡ଼ିଲେ। ଏହାର ଏକ ରାଜନୀତିକ କାରଣ ରହିଛି। ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନଙ୍କ ବାପଘର ଓଡ଼ିଶାରେ। ତେବେ ଆଇନ ଅନୁସାରେ ଅନ୍ୟ ରାଜ୍ୟର ଆଦିବାସୀ ଝାଡ଼ଖଣ୍ଡରେ ଯାଇଁ ବସବାସ କଲେ ବି ସେଠାକାର ମୂଳବାସିନ୍ଦା ହୋଇପାରିବେନି। କଳ୍ପନାଙ୍କ ପ୍ରତି ମଧ୍ୟ ସେହି ନିୟମ ପ୍ରଯୁଜ୍ୟ। ସେ ଝାଡ଼ଖଣ୍ଡର ମୂଳନିବାସୀ ହୋଇ ନଥିବାରୁ ସେଠାକାର ଆଦିବାସୀ ଆସନରୁ ସଂରକ୍ଷିତ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିପାରିବେ ନାହିଁ। ତେଣୁ ସେ ଜଣେ ସାଧାରଣ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବ। ସେଥିପାଇଁ ଏକ ସାଧାରଣ ଆସନର ପ୍ରାର୍ଥୀ ସରଫରଜ ଅହମ୍ମଦ ଇସ୍ତଫା ଦେଇଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ସେପଟେ ଏ ସଂପର୍କରେ ତୁରନ୍ତ ନିଷ୍ପତି ନେବା ପାଇଁ ଜେଏମଏମ ପକ୍ଷରୁ ଏକ ଜରୁରୀକାଳୀନ ବିଧାୟକ ଦଳ ବୈଠକ ଡକାଯାଇଛି । ଯେଉଁଥିରେ ମୁଖ୍ୟମନ୍ତ୍ରୀ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯିବ ବୋଲି କୁହାଯାଉଛି । ହେଲେ ଅନ୍ୟପଟେ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ, ରାଜ୍ୟର ଏଭଳି ପରିସ୍ଥିତିରେ ଝାଡଖଣ୍ଡ ରେ ନାହାନ୍ତି । ସେ ତାମିଲନାଡୁ ଗସ୍ତରେ ଥିବା ଜଣାପଡିଛି । ତେଣୁ ବିଧାୟକ ଦଳ ଯେଉଁ ନିଷ୍ପତି ନେବେ ସେଥିରେ ରାଜ୍ୟପାଳଙ୍କ ମୋହର ବାଜି ନପାରିବା ସମ୍ଭାବନା ଥିବାରୁ ଅଡୁଆ ପରିସ୍ଥିତି ସୃଷ୍ଟି ହେବା ନେଇ ରାଜନୈତିକ ବିଶାରଦ ମାନେ ମତ ଦେଉଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com