ଅନ୍ତର୍ଜାତୀୟ
ଜାପାନ ଏୟାରଲାଇନ୍ସର ଏକ ବିମାନ ମୁହାଁମୁହିଁ ଧକ୍କା ହୋଇଛି

ନୂଆ ବର୍ଷରେ ହୋଇଥିବା ବଡ଼ ଧରଣର ଭୂକମ୍ପ ପରେ ଜାପାନର ଆଉ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି। ରନୱେରେ ଅବତରଣ କରୁଥିବାବେଳେ ଜାପାନର ଟୋକିଓର ହାନେଡା ବିମାନବନ୍ଦରରେ ମଙ୍ଗଳବାର କୋଷ୍ଟଗାର୍ଡ ବିମାନ ସହିତ ଜାପାନ ଏୟାରଲାଇନ୍ସର ଏକ ବିମାନ ମୁହାଁମୁହିଁ ଧକ୍କା ହୋଇଛି।
କୁହାଯାଉଛି ଯାତ୍ରୀବାହୀ ବିମାନରେ ୩୭୯ ଜଣ ଯାତ୍ରୀ ଥିଲେ। ଏଥି ସହିତ କୋଷ୍ଟଗାର୍ଡ ବିମାନରେ ୬ ଜଣ ଲୋକ ଥିଲେ, ସେମାନମଧ୍ୟରୁ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି।




