ଶିକ୍ଷା
ମହାବିଦ୍ୟାଳୟ ନଥିବା ୧୮ଟି ବ୍ଲକ୍ରେ ଖୋଲିବ +୩ ମହାବିଦ୍ୟାଳୟ
ମହାବିଦ୍ୟାଳୟ ନଥିବା ୧୮ଟି ବ୍ଲକ୍ରେ ଖୋଲିବ +୩ ମହାବିଦ୍ୟାଳୟ। କଳା ବିଭାଗରେ ଛାତ୍ରଛାତ୍ରୀମାନେ ଏଠାରେ ଅଧ୍ୟୟନ କରିପାରିବେ।
୨୦୨୪-୨୫ ଶିକ୍ଷାବର୍ଷରୁ ଶିକ୍ଷାଦାନ ପ୍ରକ୍ରିୟା ଆରମ୍ଭ ହେବ। ଶିକ୍ଷାରେ ସମାନତା ଓ ଉତ୍କର୍ଷ ଆଣିବା ସହ ସୁଦୂରପ୍ରସାରୀ କରିବା ପାଇଁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।