ଅନ୍ତର୍ଜାତୀୟ
ଭାରତ ଓ ମାଳଦ୍ୱୀପ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ସୁଧାର ଆଣିବାକୁ ହେଲେ କୂଟନୈତିକ ସମ୍ପର୍କ ପୁନର୍ବାର ବଢ଼ାଇବା ଜରୁରୀ ବୋଲି ସେ କହିଛନ୍ତି
ମାଳଦ୍ୱୀପ ରାଷ୍ଟ୍ରପତି ମୋହମ୍ମଦ ମୁଇଜୁ ଭାରତ ଓ ଏହାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆନୁଷ୍ଠାନିକ ଭାବେ କ୍ଷମା ମାଗନ୍ତୁ ବୋଲି ଜୁମହୁରି ପାର୍ଟି ନେତା ଗାସୁଇମ୍ ଇବ୍ରାହିମ୍ ଦାବି କରିଛନ୍ତି।
ଭାରତ ଓ ମାଳଦ୍ୱୀପ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ସୁଧାର ଆଣିବାକୁ ହେଲେ କୂଟନୈତିକ ସମ୍ପର୍କ ପୁନର୍ବାର ବଢ଼ାଇବା ଜରୁରୀ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଚାଇନା ସପକ୍ଷବାଦୀ ମାଳଦ୍ୱୀପ ରାଷ୍ଟ୍ରପତି ମୁଇଜୁ ଭାରତ ବିରୋଧରେ ମନ୍ତବ୍ୟ ଦେବା ସହ ମାର୍ଚ୍ଚ ୧୫ ସୁଦ୍ଧା ସେନା ପ୍ରତ୍ୟାହାର କରିବାକୁ କହିଥିଲେ।