![](https://i0.wp.com/odia.mobilenews24x7.com/wp-content/uploads/2024/02/1586776-img0839.webp?resize=640%2C470&ssl=1)
ସ୍କୁଲ୍ ପାଠ୍ୟକ୍ରମରେ ସାମିଲ ହେବ ଭାଗବତ ଗୀତା । ଗୁଜରାଟରେ ଆସନ୍ତା ଜୁନରୁ ସରକାରୀ ସ୍କୁଲରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଭଗବତ ଗୀତା ପଢାଯିବ । ଏନେଇ ରାଜ୍ୟ ବିଧାନସଭା ବୁଧବାର ଏକ ପ୍ରସ୍ତାବ କରିଛି ।
ବିରୋଧୀ ପାର୍ଟି ଆମ ଆଦମୀ ପାର୍ଟି (ଆପ୍) ଏହି ପ୍ରସ୍ତାବକୁ ସମର୍ଥନ କରିଛି । ଅନ୍ୟପଟେ କଂଗ୍ରେସ ବିଧାୟକ ଦାବି କରିଛନ୍ତି ଯେ ବିଜେପି ସରକାର କେବଳ ଲୋକପ୍ରିୟତା ପାଇବା ପାଇଁ ଏପରି କରୁଛି । ତେବେ ଭୋଟିଂ ବେଳେ ପାର୍ଟି ଏହାର ସମର୍ଥନ କରିଛି ।