ଅନ୍ତର୍ଜାତୀୟ

୨୦୨୭ ସୁଦ୍ଧା ଜାପାନ ଓ ଜର୍ମାନୀକୁ ପଛରେ ପକାଇ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ରେ ପରିଣତ ହେବ

ଭାରତୀୟ ଅର୍ଥନୀତିର ନାମରେ ଆଉ ଏକ ବଡ଼ ସଫଳତା ଯୋଡ଼ି ହେବାକୁ ଯାଉଛି। ୨୦୨୭ ସୁଦ୍ଧା ଜାପାନ ଓ ଜର୍ମାନୀକୁ ପଛରେ ପକାଇ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ରେ ପରିଣତ ହେବ। ଗ୍ଲୋବାଲ ବ୍ରୋକରେଜ୍ ଫାର୍ମ ଜେଫରିଜ୍ ଏକ ରିପୋର୍ଟରେ ଏହା କହିଛି।

ବ୍ରୋକରେଜ୍ କମ୍ପାନୀ ଏହା ମଧ୍ୟ କହିଛି ଯେ ଭାରତୀୟ ଷ୍ଟକ ବଜାର ବହୁତ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗତ ୨୦ ବର୍ଷ ଧରି ଷ୍ଟକ ବଜାର ବାର୍ଷିକ ହାରାହାରି ୧୦-୧୨ ପ୍ରତିଶତ ହାରରେ ବୃଦ୍ଧି ପାଉଛି। ଏହା ଏବେ ପଞ୍ଚମ ବୃହତ୍ତମ ଇକ୍ୱିଟି ବଜାର।

Related Articles

Back to top button