କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ ଆନ୍ଧ୍ରପ୍ରଦେଶର ପ୍ରତ୍ୟେକ ଗରିବ ପରିବାରକୁ ୫୦୦୦ଟଙ୍କା ସହାୟତା ଘୋଷଣା କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି, ଆନ୍ଧ୍ରପ୍ରଦେଶର ଗରିବ ଲୋକଙ୍କ ପାଇଁ ଏହା କଂଗ୍ରେସର ଗ୍ୟାରେଣ୍ଟି।
ଏହି ରାଶି ସିଧାସଳଖ ପରିବାରର ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହେବ । ଆନ୍ଧ୍ରପ୍ରଦେଶ ଅନନ୍ତପୁରରେ ବିଶାଳ ଜନସଭା କରି ଖାର୍ଗେ ନିର୍ବାଚନୀ ପ୍ରତିଶ୍ରୁତି ଦେଇଛନ୍ତି।