ପ୍ରକାଶ ପାଇଲା ନିର୍ବାଚନୀ ବଣ୍ଡର ନୂଆ ତଥ୍ୟ। ରବିବାର ଭାରତୀୟ ନିବାଚନ ଆୟୋଗ ଇଲେକ୍ଟୋରାଲ ବଣ୍ଡ ତଥା ନିର୍ବାଚନୀ ବଣ୍ଡର ନୂଆ ତଥ୍ୟ ସାର୍ବଜନୀନ କରିଛନ୍ତି।
ଏହି ତଥ୍ୟକୁ ଏକ ସିଲ୍ ହୋଇଥିବା ଲଫାପାରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦ୍ୱାରା ସୁପ୍ରିମକୋର୍ଟକୁ ହସ୍ତାନ୍ତର କରାଯାଇଥିଲା। ଏହି ସମସ୍ତ ତଥ୍ୟ ୧୨ ଏପ୍ରିଲ ୨୦୧୯ର ବୋଲି କୁହାଯାଉଛି। ଆୟୋଗ ଗତ ସପ୍ତାହରେ ଉପରୋକ୍ତ ତାରିଖ ପରର ନିର୍ବାଚନ ବଣ୍ଡ ସମ୍ବନ୍ଧୀୟ ବିବରଣୀ ସାର୍ବଜନୀନ କରିଥିଲେ।