ଅନ୍ତର୍ଜାତୀୟ
ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ

ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ। ତେବେ ଏହି ଆର୍ଥିକ ସଙ୍କଟ ମଧ୍ୟରେ ପାକିସ୍ତାନ ନୂଆ ପ୍ରଧାନମନ୍ତ୍ରୀ ଓ ତାଙ୍କ କ୍ୟାବିନେଟ୍ ଏକ ବଡ଼ ନିଷ୍ପତ୍ତି ନେଇଛି।
ଦେଶ ସଙ୍କଟ ଦେଇ ଗତି କରୁଥିବାରୁ ଶେହବାଜ ସରିଫ୍ ଏବଂ ତାଙ୍କ କ୍ୟାବିନେଟ ମନ୍ତ୍ରୀମାନେ ଦରମା ଏବଂ ଅନ୍ୟାନ୍ୟ ଭତ୍ତା ନ ନେବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ସରକାରଙ୍କ ଅନାବଶ୍ୟକ ଖର୍ଚ୍ଚ ହ୍ରାସ କରିବା ପାଇଁ ନିଆଯାଇଛି।