କ୍ରୀଡ଼ା
ଟି୨୦ ବିଶ୍ୱକପ୍ ପୂର୍ବରୁ ଇଂଲଣ୍ଡ ଟିମ୍କୁ ବଡ଼ ଝଟ୍କା ଲାଗିଛି

ଟି୨୦ ବିଶ୍ୱକପ୍ ପୂର୍ବରୁ ଇଂଲଣ୍ଡ ଟିମ୍କୁ ବଡ଼ ଝଟ୍କା ଲାଗିଛି। ଦଳର ଷ୍ଟାର ଖେଳାଳି ତଥା ଟେଷ୍ଟ ଅଧିନାୟକ ବେନ୍ ଷ୍ଟୋକ୍ସ ମଙ୍ଗଳବାର ଆଗାମୀ ଟି୨୦ କ୍ରିକେଟ ବିଶ୍ୱକପ୍ରୁ ଓହରିଯାଇଛନ୍ତି।
ଜଣେ ଅଲରାଉଣ୍ଡର ଭାବେ ସେ ତାଙ୍କ ଫିଟ୍ନେସ୍ ଓ ବୋଲିଂରେ ଉନ୍ନତି ଆଣିବା ଦିଗରେ ତାଙ୍କ ମନୋନିବେଶ କରିବେ। ଦେଶର ଟେଷ୍ଟ ଅଧିନାୟକ ଆମେରିକା ଓ ଓ୍ବେଷ୍ଟଇଣ୍ଡିଜରେ ହେବାକୁଥିବା ଟି୨୦ ବିଶ୍ୱକପ୍ର ଦୁଇ ମାସ ପୂର୍ବରୁ ସେ ଏହି ନିଷ୍ପତ୍ତି ନେଇଛନ୍ତି।