କ୍ରୀଡ଼ା
ରୋହିତ ଶର୍ମାଙ୍କ ପରିବର୍ତ୍ତେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହେବା ପର ଠାରୁ ତାଙ୍କ ସମୟ ଏକ ପ୍ରକାର ଖରାପ ଚାଲିଛି କହିଲେ ଭୁଲ ହେବ ନାହିଁ

ରୋହିତ ଶର୍ମାଙ୍କ ପରିବର୍ତ୍ତେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହେବା ପର ଠାରୁ ତାଙ୍କ ସମୟ ଏକ ପ୍ରକାର ଖରାପ ଚାଲିଛି କହିଲେ ଭୁଲ ହେବ ନାହିଁ ।
ଦଳର ଖରାପ ପ୍ରଦର୍ଶନ, ଦର୍ଶକଙ୍କ ରୁକ୍ଷପଣ ଏବଂ କ୍ରମାଗତ ପରାଜୟ ପରେ ହାର୍ଦ୍ଦିକ ଏକ ପ୍ରକାର ହତାଶ ହୋଇଯାଇଥିଲେ । ଏଭଳି ସ୍ଥିତିରେ ସେ ମହାଦେବଙ୍କ ଶରଣ ନେଇଛନ୍ତି । ଗୁଜରାଟ ସ୍ଥିତ ସୋମନାଥ ମନ୍ଦିରରେ ହାର୍ଦ୍ଦିକ ପୂଜାର୍ଚ୍ଚନା କରିବାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।