ଓଡ଼ିଶା
ଝାରସୁଗୁଡ଼ା ଜିଲା ଦୌରାଜଜଙ୍କ ଅଦାଲତର ଦ୍ୱିତୀୟ ମହଲାରୁ ଜଣେ ଅଭିଯୁକ୍ତ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି

ଝାରସୁଗୁଡ଼ା ଜିଲା ଦୌରାଜଜଙ୍କ ଅଦାଲତର ଦ୍ୱିତୀୟ ମହଲାରୁ ଜଣେ ଅଭିଯୁକ୍ତ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବେଲପାହାଡ଼ ଥାନା ଅଧୀନ ଜୁନା ଗାଁର ସନାତନ ସିଂ ବୋଲି ଜଣାପଡିଛି।
ଗତବର୍ଷ ଏପ୍ରିଲ ମାସରେ ଏକ ପୋକ୍ସୋ ମାମଲାରେ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ଶୁଣାଣି ପାଇଁ ତାଙ୍କୁ ଏକ ଭ୍ୟାନରେ କୋର୍ଟକୁ ଅଣାଯାଇଥିଲା।




