ଓଡ଼ିଶା
ରାଜ୍ୟରେ ପ୍ରଥମ ଅଂଶୁଘାତ ଜନିତ ମୃତ୍ୟୁ ହୋଇଛି
![](https://i0.wp.com/odia.mobilenews24x7.com/wp-content/uploads/2024/04/images-7-1.jpeg?resize=275%2C183&ssl=1)
ରାଜ୍ୟରେ ପ୍ରଥମ ଅଂଶୁଘାତ ଜନିତ ମୃତ୍ୟୁ ହୋଇଛି । ଏନେଇ ଏସଆରସି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମୃତକ ଜଣଙ୍କ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ମହେଶପୁର ଅଞ୍ଚଳର ଲକ୍ଷ୍ମୀକାନ୍ତ ସାହୁ ।
ତାଙ୍କର ୬୨ ବର୍ଷ ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଚଳିତ ମାସ ପ୍ରଥମ ସପ୍ତାହରେ ଅଂଶୁଘାତରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ଆସିଥିଲା ।