ଜାତୀୟ
ପ୍ରଥମେ ନେସଲେ, ଏବେ ଏଭେରେଷ୍ଟ
ପ୍ରଥମେ ନେସଲେ, ଏବେ ଏଭେରେଷ୍ଟ । ନେସଲେ କମ୍ପାନୀ ଉତ୍ପାଦ ଉପରେ ପ୍ରଥମ ପ୍ରଶ୍ନ ଉଠିଥିଲା ତ ଏବେ ଏଭେରେଷ୍ଟର ମାଛ ମସଲାକୁ ନେଇ ପ୍ରଶ୍ନ ଉଠିଛି ।
ଏନେଇ ସିଙ୍ଗାପୁର ସରକାର ବଜାରରେ ଥିବା ଏଭେରେଷ୍ଟର ସମସ୍ତ ମାଛ ମସଲାକୁ ଫେରାଇ ନେବାକୁ କମ୍ପାନୀକୁ ନିର୍ଦ୍ଦେଶ ଦେଇଛି । ମାଛ ମସଲାରେ କୀଟନାଶକ ଏଥିଲିନ ଅକ୍ସାଇଡର ଅଧିକ ପରିମାଣ ଥିବା ଦର୍ଶାଇ ସିଙ୍ଗାପୁର ଏଭଳି ପଦକ୍ଷେପ ନେଇଛି ।