ଜାତୀୟ

‘ତୁମ ବିନା ମୁଁ ଅଧୁରା’, ‘କେମିତି ବଞ୍ଚିବି ଫେରିଆସ୍ ଜାନ୍’: ଏମିତି ଭାବପୂର୍ଣ୍ଣ ପୋଷ୍ଟ କଲେ ଦୀପ ସିଦ୍ଧୁଙ୍କ ଗର୍ଲଫ୍ରେଣ୍ଡ

ନୂଆଦିଲ୍ଲୀ() ଦୁନିଆର ସବୁଠୁ ବଡ କଷ୍ଟ ଏକାକୀ ରହିବା । କାରଣ ସାଥୀ ବିନା ଏ ଜୀବନ ଅନ୍ଧକାର । ସାଥୀଟିଏ ନଥିରେ ଆଉ ଜଣଙ୍କର ବଞ୍ଚିବା କଷ୍ଟକର । ଏମିତି କିଛି ଘଟିଛି ପଞ୍ଜାବ ଅଭିନେତା ଦୀପ ସିଦ୍ଧୁଙ୍କ ଗର୍ଲଫ୍ରେଣ୍ଡ କ୍ଷେତ୍ରରେ । ଦୀପ ସିଦ୍ଧୁଙ୍କ ଗର୍ଲଫ୍ରେଣ୍ଡ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଭାବ ପୂର୍ଣ୍ଣ ପୋଷ୍ଟ । ଯାହା ଆଖିରେ ଲୁହ ଆଣିଦେବା ଭଳି ସଦୃଶ ହୋଇଛି ।

ଇନଷ୍ଟାରେ ସେ ଲେଖିଛନ୍ତି ‘ଜାନ୍ ମୁଁ ଭାଙ୍ଗି ପଡିଛି ‘। ତୁମ ବିନା ଏ ଦୁନିଆର ବଞ୍ଚିବାର ମୂଲ୍ୟ କିଛି ନାହିଁ । ମୋର ସବୁ ସ୍ୱପ୍ନ ସବୁ ମାଟିରେ ମିଶିଯାଇଛି । ମୁଁ ଭିତରୁ ମରିସାରିଛି । ଦୟାକରି ମୋ ପାଖକୁ ଫେରିଆସ । ତୁମୋ ସବୁ ସମୟରେ ମୋ ସହ ରହିବ ବୋଲି କଥା ଦେଇଥିଲ । ହେଲେ ଅଧାରୁ ହାତ ଛାଡ଼ି କାହିଁକି ଚାଲିଗଲ । ମୁଁ ତୁମକୁ ବହୁତ ଭଲପାଏ । ତୁମେ ମୋର ହାର୍ଟବିଟ୍ ।

ସୋସିଆଲ ମିଡିଆରେ ଭାବୁକପୂର୍ଣ୍ଣ ପୋଷ୍ଟ କରିଛନ୍ତି ମୃତ ଦୀପ ସିଦ୍ଧୁଙ୍କ ଗର୍ଲଫ୍ରେଣ୍ଡ୍‌ ରୀନା ରାଜ । ବିଭିନ୍ନ ପ୍ରକାର ଇମୋଜି ଦେଇ ସୋସିଆଲ ମିଡିଆରେ ସେ ନିଜ ଦୁଃଖ ବଖାଣିଛନ୍ତି । ଏହା ବ୍ୟତୀତ ରୀନା ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଦୀପ ସିଦ୍ଧୁଙ୍କ ଧଳା ଜ୍ୟାକେଟକୁ ଅତି ସ୍ନେହରେ ଛୁଇଁଥିବାର ଦେଖିବାକୁ ମିଳିଛି ।

ଏହି ଭିଡିଓ ସହିତ ରୀନା ଲେଖିଛନ୍ତି, “ମୋ ଜୀବନର ଜ୍ୟାକେଟ୍ । ମୁଁ ତୁମ ବିନା ମରୁଛି, ଦୟାକରି ମୋ ପାଖକୁ ଫେରି ଆସ।” ସୂଚନା ଥାଉକି, ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁ ୧୬ ଫେବୃଆରୀରେ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି । ଦୀପଙ୍କ ବ୍ୟତୀତ ଦୁର୍ଘଟଣା ସମୟରେ ତାଙ୍କ ପ୍ରେମିକା ରୀନା ରାୟ ମଧ୍ୟ କାରରେ ଉପସ୍ଥିତ ଥିଲେ ।

ଆଉ ତାଙ୍କ ଦୁର୍ଘଟଣା ପରେ ପ୍ରେମିକା ରୀନା ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି । ଭାଲେଣ୍ଟାଇନ୍ସ ଡେ ପାଳନ କରିବାକୁ ରୀନା ବିଦେଶରୁ ଆସିଥିଲେ । ଦୁର୍ଘଟଣା ପରେ ରୀନାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୀପଙ୍କ ପରି ରୀନା ମଧ୍ୟ ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ଜଣାଶୁଣା ଷ୍ଟାର ।

Related Articles

Back to top button
WP Twitter Auto Publish Powered By : XYZScripts.com