ଓଡ଼ିଶା
ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଚଳିତ ସାଧାରଣ ନିର୍ବାଚନ ପାଇଁ ଆଜି ପ୍ରଚାର ଆରମ୍ଭ କରିଦେଇଛନ୍ତି
![](https://i0.wp.com/odia.mobilenews24x7.com/wp-content/uploads/2024/04/Odisha-CM-Naveen-Patnaik-to-begin-election-campaign-in-Hinjli.jpg?resize=681%2C450&ssl=1)
ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଚଳିତ ସାଧାରଣ ନିର୍ବାଚନ ପାଇଁ ଆଜି ପ୍ରଚାର ଆରମ୍ଭ କରିଦେଇଛନ୍ତି। ସେ ଆସନ୍ତା ମେ’ ମାସ ୨୯ ତାରିଖ ଭିତରେ ମୋଟ୍ ୩୬ଟି ସ୍ଥାନରେ ନିର୍ବାଚନ ପ୍ରଚାର କରିବେ।
ରାଜ୍ୟର ୨୧ଟି ଲୋକସଭା କ୍ଷେତ୍ର ଓ ଏହାର ଅଧୀନରେ ଆସୁଥିବା ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ନବୀନ ନିର୍ବାଚନୀ ପ୍ରଚାର କରିବେ। ସେହିପରି ଭି.କେ. ପାଣ୍ଡିଆନ ମଧ୍ୟ ଏହି ନିର୍ବାଚନରେ ମୋଟ୍ ୧୦୨ଟି ସ୍ଥାନରେ ସଭା କରିବେ ବୋଲି ସୂଚନା ମିଳିଛି।