ଜାତୀୟ
ଦେବଭୂମି ଉତ୍ତରାଖଣ୍ଡରେ ଚାରି ଧାମ ଯାତ୍ରା ଲାଗି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପହଞ୍ଚୁଛନ୍ତି

ଦେବଭୂମି ଉତ୍ତରାଖଣ୍ଡରେ ଚାରି ଧାମ ଯାତ୍ରା ଲାଗି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପହଞ୍ଚୁଛନ୍ତି । ପ୍ରତିଦିନ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପ୍ରଶାସନ ଚାରିଧାମର ୨୦୦ମିଟର ପରିଧି ଭିତରେ ମୋବାଇଲ୍ ଫୋନ୍ର ବ୍ୟବହାର ଉପରେ ପ୍ରତିବନ୍ଧ ଲଗାଇଛି ।
ଏହା ସହିତ ସେ ସମସ୍ତ ଶ୍ରଦ୍ଧାଳୁଙ୍କୁ ରେଜିଷ୍ଟ୍ରେସନ କରାଇବା ପରେ ଚାରିଧାମ ଯାତ୍ରାରେ ଆସିବାକୁ ପରାମର୍ଶ ଦେଇଛନ୍ତି । ଏପରି ନ କଲେ ସେମାନଙ୍କୁ ରାସ୍ତାରୁ ଫେରାଇ ଦିଆଯିବ ।