ଅନ୍ତର୍ଜାତୀୟଜାତୀୟ

ଋଷ ବିରୁଦ୍ଧରେ ଯୁଦ୍ଧକୁ ଓହ୍ଲାଇଲା ଗୁଗଲ ! ରୁଷିଆ ଟୁଡେ ଏବଂ ସ୍ପୁଟିନିକର ୟୁଟ୍ୟୁବ ଚ୍ୟାନେଲ ବ୍ଲକ୍

ମସ୍କୋ() ୟୁକ୍ରେନ ଏବଂ ଋଷ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି। ଏହାରି ଭିତରେ ଟେକ୍ କମ୍ପାନୀ ଗୁଗଲ ବଡ଼ ନିଷ୍ପତ୍ତି ନେଇଛି । ଗୁଗଲ ଋଷ ବିରୋଧରେ ବଡ଼ ନିଷ୍ପତ୍ତି ନେଇ ଦେଶର ମିଡିଆ କମ୍ପାନୀ ରୁଷିଆ ଟୁଡେ ଏବଂ ସ୍ପୁଟିନିକର ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ଲକ କରିବାକୁ ନିଷ୍ପତ୍ତି ନେଇଛି । ମଙ୍ଗଳବାର ୟୁଟ୍ୟୁବର ପେରେଣ୍ଟ କମ୍ପାନୀ ଗୁଗଲ ଏହି ନିଷ୍ପତ୍ତି ନେବା ପରେ ସାରା ୟୁରୋପରେ ଏହି ଦୁଇ ମିଡିଆ ସଂସ୍ଥାର ୟୁଟ୍ୟୁବ୍ ଚ୍ୟାନେଲ ବନ୍ଦ ରହିବ। ରୁଷିଆ ଟୁଡେ ଏବଂ ସ୍ପୁଟିନିକ ଋଷର ସରକାରୀ ଗଣମାଧ୍ୟମ ସଂସ୍ଥା ଏବଂ ଏହାର ପ୍ରସାରଣକୁ ବ୍ଲକ କରିବା ଅର୍ଥ ଅନ୍ୟ ଦେଶରେ ଋଷ ସରକାରଙ୍କ ରାୟ ପହଞ୍ଚାଇବା ଉପରେ ରୋକ ଲଗାଇବା

ୟୁଟ୍ୟୁବର ମୁଖପାତ୍ର ଏକ ବୟାନ ଜାରି କରିଛନ୍ତି, ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ରୁପେ ଲାଗୁ ହେବା ପାଇଁ କିଛି ସମୟ ଲାଗିପାରେ। ଲଗାତାର ଆମ ଟିମ ଏହା ଉପରେ ନଜର ରଖିଛି । ଏହା ପୂର୍ବରୁ ଫେସବୁକ ସୋମବାର ଏହିପରି ଏକ ନିଷ୍ପତ୍ତି ନେଇଥିଲା। ନିଜ ପ୍ଲାଟଫର୍ମରେ ଋଷ ମିଡିଆର କୌଣସି ସାମଗ୍ରୀ ଉପଲବ୍ଧ ନକରାଇବା ନେଇ ଫେସବୁକ୍ ଘୋଷଣା କରିଥିଲା। ୟୁରୋପୀୟ ୟୁନିୟନ ଦେଶ ଗୁଡିକରେ ଏହି ନିଷ୍ପତ୍ତି ଲାଗୁ ହେବ। ତେବେ ଗୁଗଲ ନିଷ୍ପତ୍ତି ଉପରେ ଋଷ ପକ୍ଷରୁ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ।

Related Articles

Back to top button
WP Twitter Auto Publish Powered By : XYZScripts.com