Featuredଅନ୍ତର୍ଜାତୀୟଜାତୀୟରାଜନୀତି

ମୋଦିଙ୍କ ଉପରେ ରାହୁଲ ଖୁସି l

ପ୍ରଧାନମନ୍ତ୍ରୀଙ୍କୁ ରାହୁଲ ଗନ୍ଧୀଙ୍କ ପ୍ରଶଂସା । କହିଲେ, ଧନ୍ୟବାଦ ମୋଦି ଜୀ...

ନୂଆ ଦିଲ୍ଲୀ: ଭୟଙ୍କର ଭୁସ୍ଖଳନରେ ଛାରଖାର ହୋଇଛି କେରଳ । ୱାୟନାଡରେ ପ୍ରକୃତି ରଚିଛି ତାଣ୍ଡବ । ପ୍ରବଳ ବର୍ଷା ପରେ ଜୁଲାଇ ୩୦ରେ ଘଟିଥିଲା ଏଭଳି ହୃଦୟବିଦାରକ ଦୃଶ୍ୟ । ଯେଉଁଥିରେ ଫଳରେ ୩୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଶହ ଶହ ଲୋକ ଏବେ ବି ମାଟିତଳେ ନିଖୋଜ ଥିବା କୁହାଯାଉଛି । ଘର ଦ୍ୱାର ସବୁ ନଷ୍ଟ ହୋଇଯାଇଛି । ଅନେକ ଲୋକ ତାଙ୍କର ପ୍ରିୟଜନ ଆତ୍ମୀୟ ସ୍ୱଜନକୁ ହରାଇ ଭାଙ୍ଗି ପଡିଥିବା ବେଳେ ଆଉ କିଛି ଲୋକ କୌଣସି ପ୍ରକାରେ ନିଜ ପ୍ରିୟଜନ ମିଳିବା ଆଶାରେ ଦିନ କାଟୁଛନ୍ତି । ଏଭଳି ସ୍ଥିତିର କିଛିଦିନ ପରେ ଅର୍ଥାତ ଶନିବାର ୱାୟନାଡର ଭୂସ୍ଖଳନ ପ୍ରଭାବିତ ଅଂଚଳ ପରିଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ । ସକାଳେ କନ୍ନୁରରେ ପହଂଚିବା ପରେ ଆକାଶ ମାର୍ଗରୁ ସ୍ଥିତି ପରଖିଛନ୍ତି ମୋଦି । ଏହି ସମୟରେ ପିଏମ ମୋଦି ରିଲିଫ କ୍ୟାମ୍ପ ଏବଂ ଡାକ୍ତରଖାନା ପରିଦର୍ଶନ କରିବା ସହ ପୀଡିତ ଏବଂ ଆହତ ଲୋକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ତେବେ ମୋଦିଙ୍କ ଏହି କାର୍ଯ୍ୟକ୍ରମ ଜଣା ପଡିବା ପରେ ଖୁସି ହୋଇଯାଇଛନ୍ତି ଲୋକ ସଭାର ବିରୋଧୀ ଦଳର ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ଏ ନେଇ ପ୍ରଧାନମନ୍ତ୍ରୀଙ୍କୁ ସୋସିଆଲ ମିଡିଆରେ ପ୍ରଶଂସା କରିଛନ୍ତି ରାହୁଲ । ମୋଦିଙ୍କ ଗସ୍ତକୁ ନେଇ ଢ ରେ ଏକ ପୋଷ୍ଟ କରି ରାହୁଲ… କହିଛନ୍ତି, ମୋଦିଜୀ, ଏହି ଦୁଖଦ ଘଟଣା ସମ୍ପର୍କରେ ବ୍ୟକ୍ତିଗତ ଭାବେ ଜାଣିବା ପାଇଁ ୱାୟନାଡରେ ପହଞ୍ଚିଥିବାରୁ ଧନ୍ୟବାଦ । ଏହା ଏକ ଭଲ ନିଷ୍ପତ୍ତି । ମୁଁ ନିଶ୍ଚିତ ଯେ ଯେତେବେଳେ ପ୍ରଧାନମନ୍ତ୍ରୀ ବିନାଶର ମାତ୍ରା ଦେଖିବେ, ସେତେବେଳେ ସେ ଏହାକୁ ଜାତୀୟ ବିପର୍ୟ୍ୟୟ ଘୋଷଣା କରିବେ। ତେବେ ପୂର୍ବରୁ ରାହୁଲ ଓ ପ୍ରୟଙ୍କା ଗାନ୍ଧି ମଧ୍ୟ ୱାୟନାଡ ଯାଇ ସ୍ଥିତି ପରଖିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com