ଅନ୍ତର୍ଜାତୀୟଓଡ଼ିଶାଜାତୀୟ

କରୋନା ଠାରୁ ବି ଆହୁରି ବିପଦ-ଏମର୍ଜନ୍ସୀ ଘୋଷଣା କଲା ଡବ୍ଲୁ.ଏଚ.ଓ,

ନୂଆ ଦିଲ୍ଲୀ: କୋଭିଡ-୧୯ର କରାଳ ରୂପ ଦେଖି ସାରିଛି ବିଶ୍ୱ । ଯେଉଁଥିରେ ଲକ୍ଷାଧିକ ଲୋକଙ୍କ ଯାଇଛି ଜୀବନ । ଫଳରେ କରୋନା ନାଁ ଶୁଣିଲେ ଲୋକଙ୍କ ମନରେ ପଶୁଥିଲା ଛନକା , ସୃଷ୍ଟି ହେଉଥିଲା ଆତଙ୍କ । ଏଭଳି ଭୟଙ୍କର ପରିସ୍ଥିତିର ସାମ୍ନା କରିବା ପରେ ଏହାକୁ ବିଶ୍ୱ ମହାମାରୀ ଘୋଷଣା କରିଥିଲା ଡବ୍ଲୁ .ଏଚ.ଓ ବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

ହେଲେ ଏବେ ଲୋକଙ୍କ ମନରୁ କରୋନାର ଡର ସେତେଟା ଲିଭିନଥିବା ବେଳେ ପୁଣି ଥରେ ମାଡି ଆସିଲାଣି ଆଉ ଏକ ଭୟଙ୍କର ଭାଇରସ୍ । ଯେଉଁଥିପାଇଁ ଚିନ୍ତା ପ୍ରକଟ କଲାଣି ଡବ୍ଲୁ ଏଚ.ଓ । କାରଣ ଏହି ଭୂତାଣୁ କୋରାନା ଠାରୁ ବି ଆହୁରି ବିପଦ ବୋଲି ଜଣାପଡିଛି । ଏହା ଏମ ପକ୍ସ ବା ମଙ୍କି- ପକ୍ସ ବୋଲି କୁହାଯାଉଛି । ଭୂତାଣୁ ସଂସ୍ପର୍ଶରେ ଆସିଲେ ଦେହ ହାତ ସାରା ନାଲି ନାଲି ଫଳି ଯାଉଥିବା ଦେଖିବାକୁ ମିଳିଛି ।

ଆଫ୍ରିକାରେ ବର୍ତମାନ ଏହି ଭାଇରସର ଆତଙ୍କ ଦେଖିବାକୁ ମିଳିଛି । କିନ୍ତୁ ଏହା ଅନ୍ତର୍ଜାତୀୟ ସୀମା ବାହାରେ ବି ବ୍ୟାପିବା ନେଇ ପ୍ରକାଶ ପାଇଛି ଆଶଙ୍କା । ୟୁଏନ ହେଲଥ ଏଜେନ୍ସିର ଜରୁକାଳୀନ ବୈଠକ ପରେ ଏଭଳି ଘୋଷଣା କରିଛନ୍ତି ଡବ୍ଲୁ ଏଚ.ଓ ମହାନିଦେ୍ର୍ଦଶକ ଟେଡ୍ରୋସ୍ ଆଡାନାମ ଗେବ୍ରେସେସ୍ ।

ତେବେ ଡବ୍ଲୁ ଏଚ.ଓ କହିଛି କି ଚଳିତ ବର୍ଷ ଆଫ୍ରିକାରେ ୧୪ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ ୫୨୪ ଜଣଙ୍କ ଜୀବନ ଗଲାଣି ବା ମୃତ୍ୟୁ ହୋଇ ସାରିଲାଣି । ଯାହା ଗତବର୍ଷ ତୁଳନାରେ ଅଧିକ । ତେଣୁ ଏବେଠୁ ସଚେତନ କରାଇଛି ଡବ୍ଲୁ ଏଚ.ଓ ।

Related Articles

Back to top button
WP Twitter Auto Publish Powered By : XYZScripts.com