ଜାତୀୟରାଜନୀତି

ସୋନିଆଙ୍କୁ କଂଗ୍ରେସ ନେତାଙ୍କ ଚିଠି: ଦଳ ଯେତିକି ତୁମର, ସେତିକି ଆମର, ପ୍ରିୟଙ୍କା ଗାନ୍ଧୀ ଦିଅନ୍ତୁ ଇସ୍ତଫା

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ଖରାପ ପ୍ରଦର୍ଶନ ପରେ କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ଅଜୟ କୁମାର ଲାଲୁଙ୍କ ଠାରୁ ଇସ୍ତଫା ନେଇଥିଲେ କଂଗ୍ରେସ୍‌ ମୁଖିଆ । ହେଲେ ୟୁପି ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀଙ୍କ ପଦକୁ ନେଇ ଏବେ ପ୍ରଶ୍ନ ଉଠାଇଛନ୍ତି ଦଳର ନେତା । ଦଳର ପୂର୍ବତନ ପ୍ରବକ୍ତା ଜିଶାନ ହୈଦର ପାର୍ଟିର ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ପ୍ରିୟଙ୍କା ଗାନ୍ଧୀଙ୍କର ଇସ୍ତାଫା ମାଗିଛନ୍ତି ।

ଜିଶାନ ହୈଦର ଚିଠିରେ ଉଲ୍ଲେଖ କରିଛନ୍ତି ଯେ, କଂଗ୍ରେସ ହାରିବା ଦୋଷ କେବଳ ପ୍ରଦେଶ ଅଧ୍ୟକ୍ଷଙ୍କ ଉପରେ ଲଦି ଦେବା ସମ୍ପୂର୍ଣ୍ଣ ଭୁଲ୍‌ । କାରଣ ୟୁପି ପ୍ରଭାରୀ ତଥା ମହାସଚିବ ପ୍ରିୟଙ୍କାଙ୍କ ବିନା ଅନୁମତିରେ ଏଠି ଜଣେ ପିଅନକୁ ମଧ୍ୟ ରଖାଯାଏ ନାହିଁ । ଜିଶାନ ପୂର୍ବ ନିର୍ବାଚନରେ ପ୍ରଦେଶ ଅଧ୍ୟକ୍ଷଙ୍କ ସହିତ ପ୍ରଭାରୀଙ୍କ ଇସ୍ତଫା ମଧ୍ୟ ନିଆଯାଇଥିବା କହିଥିବା ବେଳେ ପ୍ରିୟଙ୍କା ଗାନ୍ଧୀଙ୍କୁ ତାଙ୍କ ପଦରୁ ହଟାଇବାକୁ କହିଛନ୍ତି ।

ଯେତେବେଳେ ବି ବିଧାନସଭା ନିର୍ବାଚନ କଂଗ୍ରେସ ହାରିଛି ସେତେବେଳେ ଉଭୟ ପ୍ରଦେଶ ଅଧ୍ୟକ୍ଷଙ୍କ ସହିତ ପ୍ରଭାରୀଙ୍କର ମଧ୍ୟ ଇସ୍ତଫା ନିଆଯାଇଛି । ୨୦୧୨ ବିଧାନସଭା ନିର୍ବାଚନରେ ଦୀଗବିଜୟ ସିଂହଙ୍କ ସହିତ ରୀତା ବହୁଗୁଣା ଇସ୍ତଫା ଦେଇଥିଲେ । ସେତେବେଳେ ମଧ୍ୟ ମତ ପ୍ରତିଶତ ଏବଂ ବିଜୟୀ ଆସନ ସଂଖ୍ୟା ବଢ଼ିଥିଲା । ୨୦୧୭ରେ ହାରିବା ପରେ ରାଜ ବବ୍ବର  ଏବଂ ଗୁଲାମ ନବୀ ଆଜାଦ ଇସ୍ତଫା ଦେଇଥିଲେ । ତେଣୁ ମୋ ମତରେ ପ୍ରାୟଙ୍କା ଗାନ୍ଧୀଙ୍କ ଇସ୍ତଫା ମଧ୍ୟ ଆପଣଙ୍କୁ ମାଗିବାକୁ ପଡ଼ିବ ବୋଲି ସେ କହିବା ସହ ଏହା ଜଣେ ଦଳର କାର୍ଯ୍ୟକର୍ତ୍ତାଙ୍କ ନିବେଦନ ବୋଲି କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com