Uncategorizedଜାତୀୟରାଜନୀତି

କାହିଁକି ‘ହାତ’ ଧରିବେ ପ୍ରନିତି ସିନ୍ଦେ? କଣ ମିଳିବ ରାଜନୈତିକ ଫାଇଦା?

ନୂଆ ଦିଲ୍ଲୀ: ଖୁବଶୀଘ୍ର ବିବାହ କରିବେ ରାହୁଲ ଗାନ୍ଧି । ହାତରୁ ଦି ହାତ ହେବେ କଂଗ୍ରେସ ଯୁବରାଜ । ୨୦୨୪ ନଭେମ୍ବର କିମ୍ବା ଡିସେମ୍ବର ଶେଷରେ ବାଜିବ ଶାହାନାଇ । ଆଉ ପ୍ରନିତି ସିନ୍ଦେ ହିଁ ସାଜିବେ ରାହୁଲଙ୍କ କନିଆ । ଏବେ ଏଭଳି କିଛି ଚର୍ଚ୍ଚା ସୋସିଆଲ ମଡିଆ ଠାରୁ ଆରମ୍ଭ କରି ରାଜନୈତିକ ଶିବିରରେ ବି ଜୋର ଧରିଲାଣି ଚର୍ଚ୍ଚା ।

ତେବେ ଏହପଛରେ କେତେ ରହିଛି ସତ୍ୟତା ସେନେଇ ଏଯାଏ ମୁହଁ ଖୋଲି ନାହାନ୍ତି ଗାନ୍ଧି ପରିବାରର କୌଣସି ସଦସ୍ୟ । କିନ୍ତୁ ଯଦି ଏହା ସତ ହୁଏ, ତେବେ ପ୍ରଶ୍ନ କାହିଁକି ପ୍ରନିତି ସିନ୍ଦେ? କଣ ରହିଛି ଏହା ପଛର ବଡ ରହସ୍ୟ? ଯଦି ସତରେ ୪୪ବର୍ଷୀୟ ପ୍ରନିତିଙ୍କ ହାତ ଧରିବେ ୫୪ବର୍ଷୀୟ ରାହୁଲ ଗାନ୍ଧି, ତା ହେଲେ କଣ ମିଳିବ ରାଜନୈତିକ ଫାଇଦା? ଆସନ୍ତୁ ତା ଉପରେ ନଜର ପକାଇବା ।…

ପ୍ରନିତି ସିନ୍ଦେ, ସୋଲାପୁରର ଲୋକସଭା ସାଂସଦ । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶୀଲ ସିନ୍ଦେଙ୍କ ଝିଅ । ସୁଶୀଲଙ୍କ ପରେ ତାଙ୍କ ଝିଅ ସମ୍ଭାଳୁଛନ୍ତି ରାଜନୀତିର ଗଡ । ରାଜନୀତର ଜଣେ ଜଣାଶୁଣା ଚେହେରା ହେଉଛନ୍ତି ପ୍ରନିତି । ୨୦୦୯ରେ ୨୮ବର୍ଷରେ ସେ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ । ହେଲେ ଯହି ମହାରାଷ୍ଟ୍ରର ଝିଅ ଗାନ୍ଧି ପରିବାରର ବୋହୁ ହୁଅନ୍ତି l

ତେବେ ରାଜନୈତିକ ଦୃଷି କୋଣରେ ଅନେକ ପରିବର୍ତନ ଦେଖିବାକୁ ମିଳିପାରେ । କାରଣ ଗାନ୍ଧି ପରିବାରର ଜାତିରେ ବ୍ରାହ୍ମଣ ବୋଲି କହି ଆସିଛନ୍ତି । ପଇତା ଧାରୀ ବ୍ରାହ୍ମଣ ବା କାଶ୍ମୀର ପଣ୍ଡିତ ବୋଲି ଅନେକ ମନ୍ଦିରରେ ପରିଚୟ ଦେଇଛନ୍ତି ରାହଲ ଗାନ୍ଧି ।

ସେପଟେ ସିନ୍ଦେ ହେଉଛନ୍ତି ଦଳିତ । ଅର୍ଥାତ ଦଳିତ ପରିବାରର ଝିଅ ହେଉଛନ୍ତି ପ୍ରନିତି ସିନ୍ଦେ । ତେଣୁ ଯଦି ଦଳିତ, ବ୍ରହ୍ମଣ ଏବଂ ମୁସଲମାନ କମ୍ୟୁନିଟି ଏକାଠି ହୋଇଯାଆନ୍ତି, ତେବେ ଭାରତୀୟ ରାଜନୀତିରେ ବଡ ଉତଥାନ ପତନ ଦେଖିବାକୁ ମିଳିପାରେ ବୋଲି ବିଶାରଦଙ୍କ ମହଲରେ ଚର୍ଚ୍ଚା ହେଉଛି ।

ଏଠାରେ ମନେ ପକାଇଦେଉଛୁ ଯେ, ବର୍ତ୍ତମାନ ଭାଇରାଲ ହେଉଛି ରାହୁଲ-ପ୍ରନିତି ବିବାହ ଖବର । କାରଣ ସେ ଲୋକସଭା ହେଉ କି ଭାରତ ଯେଡୋ କିମ୍ବା ଶପତ ସମାରୋହ ସବୁଠି ରାହୁଲଙ୍କ ପାଖେ ପାଖେ ନଜର ଆସିଛନ୍ତି ଏହି ସୁନ୍ଦରୀ ତରୁଣି । ସଦସ୍ୟ ଭାବେ ଶପଥ ପାଠ ପାଇଁ ଯାଉଥିବା ବେଳେ ରାହୁଲଙ୍କୁ ଭେଟି ହାତ ମିଳାଇବା ପରଠୁ ଏହା ବେଶି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।

ଏହାସହ ଭାରତ ଯୋଡୋ ଓ ନ୍ୟାୟ ଯାତ୍ରା ସମୟରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ହାତ ଧରାଧରି ହୋଇ ବୁଲୁଥିଲେ ରାହୁଲ-ପ୍ରନିତି । କେବଳ ସେତିକି ନୁହେଁ ତେଲଙ୍ଗନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀଙ୍କ ଶପଥ ଗ୍ରହଣ ଉତ୍ସବରେ ରାହୁଲ ଓ ପ୍ରିୟଙ୍କାଙ୍କ ଠିକ୍ ପଛରେ ପ୍ରନିତି ବସିଥିବା ନଜର ଆସିଥିଲେ । ଆଉ ପାଖରେ ବସିଥିଲେ ମାଆ ସୋନିଆ ଗାନ୍ଧି । ସେହିପରି ପ୍ରିୟଙ୍କା ସହ ବି ସଂପର୍କ ଭଲ ଥିବା କୁହାଯାଉଛି । କିନ୍ତୁ ଏହି ଖବରର ସତ୍ୟତା କେତେ ନା ଉଡା ଖବର ସେନେଇ ସ୍ପଷ୍ଟ ଜଣାପଡିନି ।

Related Articles

Back to top button
WP Twitter Auto Publish Powered By : XYZScripts.com