ଜାତୀୟରାଜନୀତି

କାଠଗଡାରେ ଇଲେକ୍ସନ କମିଶନର-ଘେରିଲେ ବିରୋଧୀ-କାହିଁକି,

ଭୁବନେଶ୍ୱର: ଲୋକସଭା ନିର୍ବାଚନ ଶେଷ ପରେ ଏବେ କିଛି ରାଜ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏନେଇ ବିଗୁଲ ବଜେଇ ସାରିଛନ୍ତି ଇଲେକ୍ସନ କମିଶନର । ହରିୟାଣା ଓ ଜମ୍ମୁ-କାଶ୍ମୀରରେ ପଡିବ ଭୋଟ । ସେଥିପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ ମୁଖ୍ୟ ରାଜୀବ କୁମାର ।

ଏହିକ୍ରମରେ ସେପ୍ଟେମ୍ବରରେ ୩ଟି ପର୍ଯ୍ୟାୟରେ ଜମ୍ମୁ-କାଶ୍ମୀର ଏବଂ ଅକ୍ଟୋବର ୧ରେ ୯୦ଟି ଆସନ ପାଇଁ ହରିୟାଣାରେ ହେବ ମତଦାନ । ତେବେ ଏହି ୨ରାଜ୍ୟରେ ଇଲେକ୍ସନ ହେଉଥିବା ବେଳେ ମହାରାଷ୍ଟ୍ରରେ କାହିଁକି ବିଳମ୍ବ, ତାକୁ ନେଇ ଚର୍ଚ୍ଚା ଜୋର ? କାରଣ ନଭେମ୍ବରରେ ସରୁଛି ଉଭୟ ରାଜ୍ୟର ବିଧାନସଭା । ୩ ନଭେମ୍ବରରେ ହରିୟାଣାରେ ବିଧାନସଭା ସରୁଥିବା ବେଳେ ୨୬ ରେ ସରୁଛି ମହାରାଷ୍ଟ୍ର ସରକାରର କାର୍ଯ୍ୟକାଳ ।

ହେଲେ ହରିୟାଣାକୁ ହଁ କରି ମହାରାଷ୍ଟ୍ରକୁ ନା କରିବା ପଛରେ କଣ ରହିଛି ରହସ୍ୟ, ତାକୁ ନେଇ ଉଠିଛି ପ୍ରଶ୍ନ । ଏନେଇ କାଠଗଡାକୁ ଆସିଛି ନିର୍ବାଚନ ଆୟୋଗ । ବର୍ଷା ପାଇଁ ନିର୍ବାଚନ ବନ୍ଦ କରିଥିବାରୁ ରାଜୀବ କୁମାରଙ୍କୁ ଘେରିଲେଣି ବିରୋଧୀ । ଯଦି ବରଫ ପଡୁଥିବା ସମୟରେ ହିମାଚଳ ପ୍ରଦେଶରେ ଇଲେକ୍ସନ ହେଉଛି, ତେବେ ବର୍ଷା ଯୋଗୁ ମହାରାଷ୍ଟ୍ରରେ ଇଲେକ୍ସନ ବନ୍ଦ କରିବା କାରଣ ଯଥାର୍ଥ ନୁହେଁ ବୋଲି ବିସାରଦଙ୍କ ମହଲରେ ଆଲୋଚନା ହେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com