ଜାତୀୟରାଜନୀତି

IAS ହୋଇନଥିଲେ ବି ପାଇ ହେବ ଚାକିରୀ, କଂଗ୍ରେସ କହିଲା ମୋଦି ସରକାରଙ୍କ ଷଡଯନ୍ତ୍ର,

ନୂଆ ଦିଲ୍ଲୀ: ‘ଲାଟେରାଲ ଏଣ୍ଟ୍ରି’ ଲାଗୁ ହେଲେ ଓବିସି, ଏସ୍‌ସି, ଏସ୍‌ଟି ସଂରକ୍ଷଣରୁ ବଞ୍ଚିତ ହେବେ । ଏହା ୟୁପିଏସ୍‌ସି ପାଇଁ ପ୍ରସ୍ତୁତ ପ୍ରତିଭାବାନ ଯୁବକଯୁବତୀଙ୍କ ଅଧିକାର ଉପରେ ଏକ ଜାଲିଆତି ଏବଂ ବଞ୍ଚିତ ଲୋକଙ୍କ ସାମାଜିକ ନ୍ୟାୟର ପରିକଳ୍ପନା ଉପରେ ଏକ ପ୍ରକାର ଆକ୍ରମଣ । ଏପରି କହିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ।

କେନ୍ଦ୍ରର ୨୪ଟି ମନ୍ତ୍ରଣାଳୟରେ ଯୁଗ୍ମ ସଚିବ, ନିର୍ଦ୍ଦେଶକ ଏବଂ ଡେପୁଟି ସଚିବଙ୍କ ପାଇଁ ୪୫ଟି ପଦବୀ ଫାଙ୍କା ରହିଛି । ଯାହାକୁ ପୂରଣ କରିବା ପାଇଁ ଲାଟେରାଲ ଏଣ୍ଟ୍ରି, ମାଧ୍ୟମରେ ନିଯୁକ୍ତି ଦେବାକୁ UPSCର ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁଥିପାଇଁ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ରାହୁଲ।

ସେ କହିଛନ୍ତି ଯେ ଆରଏସଏସ ପ୍ରତି ବିଶ୍ୱସ୍ତ ହୋଇଥିବା ଅଫିସରମାନଙ୍କୁ ପଛ ଦୂଆରରେ ଏଣ୍ଟ୍ରୀ କରାଇବା ପାଇଁ ଏହା ମୋଦି ସରକାରଙ୍କ ଚାଲ । UPSCକୁ କଡକୁ ଫୋପାଡି ଦେବା ପାଇଁ ଲାଟେରାଲ ଏଣ୍ଟ୍ରୀକୁ ବ୍ୟବହାର କରାଯାଉଛି। ଏସ୍‌ସି, ଏସ୍‌ଟି ଓ ଓବିସି ସଂପ୍ରଦାୟର ଲୋକଙ୍କୁ ସଂରକ୍ଷଣ ନ ଦେବାକୁ ଏପରି ହୋଇଛି ବୋଲି ଅଭିଯୋଗ କରିଛନ୍ତି ରାହୁଲ ।

ସେପଟେ ରାହୁଲଙ୍କ କଥାର ଜବାବ ରଖିଛି ବିଜେପି । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି-ଲାଟେରାଲ ଏଣ୍ଟ୍ରୀ ବ୍ୟବସ୍ଥା କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସମୟରେ ହୋଇଥିଲା । କଂଗ୍ରେସ ନେତା ବୀରାପ୍ପା ମୋଇଲୀଙ୍କ ଅଧ୍ୟକ୍ଷତାରେ ଗଠିତ ଦ୍ୱିତୀୟ ଏଆରସି ହିଁ ଲାଟେରାଲ ଏଣ୍ଟ୍ରୀ ପାଇଁ ପ୍ରସ୍ତାବ ଦେଇଥିଲା । ବର୍ତ୍ତମାନ ହେଉଥିବା ଲାଟେରାଲ ଏଣ୍ଟ୍ରୀରେ ସଂପୂର୍ଣ୍ଣ ସ୍ୱଚ୍ଛତା ରହିଛି ଓ ଏହାକୁ UPSC ପରିଚାଳନା କରୁଛି। ଏହି ପ୍ରକ୍ରିୟା ଦ୍ୱାରା ଦକ୍ଷ ଓ ବିଶେଷଜ୍ଞମାନେ ସରକାରଙ୍କ ଉତ୍ତମ ନୀତି ପ୍ରଣୟନରେ ସାମିଲ ହୋଇପାରିବେ ।

ତେବେ କଣ ଏହି ଲାଟେରାଲ ଏଣ୍ଟ୍ରି । ଯାହାକୁ ବିରୋଧ କରୁଛି କଂଗ୍ରେସ । ଆସନ୍ତୁ ଜାଣିବା । ପ୍ରଶାସନିକ ସେବାରେ ଲାଟେରାଲ ଏଣ୍ଟ୍ରୀର ଅର୍ଥ ପାରମ୍ପାରିକ ସରକାରୀ ସେବା କ୍ୟାଡର ବାହାରୁ ଅନ୍ୟ ବ୍ୟକ୍ତିବିଶେଷଙ୍କୁ ବିଭିନ୍ନ ପଦପଦବୀରେ ନିଯୁକ୍ତି ଦେବା। ଆଇଏଏସ୍‌ ହୋଇ ନଥିଲେ ମଧ୍ୟ ସରକାରୀ ବିଭାଗର ବିଭିନ୍ନ ବରିଷ୍ଠ ପଦ ପଦବୀରେ ନିଯୁକ୍ତି ମିଳିପାରିବ। ଏହାକୁ କୁହାଯାଏ ଲାଟେରାଲ ଏଣ୍ଟ୍ରୀ ।

ଏହି ପ୍ରକ୍ରିୟାରେ ନିଯୁକ୍ତି ପାଉଥିବା ବ୍ୟକ୍ତିଙ୍କ ସହ ୩ରୁ ୫ ବର୍ଷ ପାଇଁ ଚୁକ୍ତି ହୋଇଥାଏ । ଏହାପରେ ସରକାରଙ୍କ ଆବଶ୍ୟକତା ଓ କାର୍ୟ୍ୟ ଦକ୍ଷତା ଆଧାରରେ ଏହାକୁ ବୃଦ୍ଧି ମଧ୍ୟ କରାଯାଏ । ସାଧାରଣତଃ ଅଭିଜ୍ଞତା ରଖିଥିବା ଲୋକଙ୍କୁ ଲାଟେରାଲ ଏଣ୍ଟ୍ରୀ ମାଧ୍ୟମରେ ନିଯୁକ୍ତ ହୋଇଥାନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com