ଅନ୍ତର୍ଜାତୀୟଜାତୀୟ

ୟୁକ୍ରେନ ରାଷ୍ଟ୍ରପତିଙ୍କୁ ମୋଦୀଙ୍କ ନିମନ୍ତ୍ରଣ, କାହିଁକି ଜାଣନ୍ତୁ

ନୂଆ ଦିଲ୍ଲୀ: ରାଷ୍ଟ୍ରପତି ଭ୍ଲୋଦିମିର ଜେଲେନସ୍କିଙ୍କୁ ଭାରତ ଗସ୍ତ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ କରିଛନ୍ତି ଆମନ୍ତ୍ରଣ । ଏମିତିରେ ଜେଲେନସ୍କି ମଧ୍ୟ ଭାରତ ଆସିବାକୁ ଆଗ୍ରହୀ ଥିବା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ମହାନ ଦେଶ ଗସ୍ତ କରିବାକୁ ସେ ଖୁସି ହେବେ।

ବିଦେଶ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଋଷ ସହିତ ଯୁଦ୍ଧର ସମାଧାନ ବିଷୟରେ କହିଥିଲେ। ଏହି ସମୟରେ, ୟୁକ୍ରେନ ସହିତ କିଛି ବଡ ଡିଲ୍ ମଧ୍ୟ ସ୍ୱାକ୍ଷରିତ ହୋଇଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଗଣମାଧ୍ୟମକୁ କହିଛନ୍ତି ଯେ, ରୁଷ ସହ ଭାରତର ତୈଳ ଚୁକ୍ତିକୁ ନେଇ ୟୁକ୍ରେନ ଉଦବେଗ ପ୍ରକାଶ କରିଛି।

ତୈଳ ବଜାରର ସାମ୍ପ୍ରତିକ ପରିସ୍ଥିତି, ଭାରତ ଉପରେ ଏହାର ପ୍ରଭାବ, ରୁଷରୁ ତୈଳ କିଣିବାର ଆବଶ୍ୟକତା ଏବଂ ବିଶ୍ଵ ଅର୍ଥନୀତିରେ ଏହାର ପ୍ରଭାବ ଭାରତ ସ୍ପଷ୍ଟ କରିଛି। ଜୟଶଙ୍କର ଏହା ମଧ୍ୟ ନିଶ୍ଚିତ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନ ରାଷ୍ଟ୍ରପତିଙ୍କୁ ଭାରତ ଗସ୍ତ କରିବାକୁ ଆମନ୍ତ୍ରଣ କରିଛନ୍ତି।

ଡକ୍ଟର ଏସ୍ ଜୟଶଙ୍କର ଗଣମାଧ୍ୟମକୁ କହିଛନ୍ତି ଯେ, ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ସୁବିଧା ଅନୁଯାୟୀ ଭାରତ ଆସିବେ, କାରଣ ଯେତେବେଳେ ମିଡିଆ ସଂକ୍ଷିପ୍ତ ବୈଠକରେ ପଚରାଗଲା, ଜେଲେନସ୍କି ଏହା ମଧ୍ୟ କହିଛନ୍ତି ଯେ, ସେ ଭାରତ ଆସି ଖୁସି ହେବେ। ୟୁକ୍ରେନ ରାଷ୍ଟ୍ରପତି ଏହା ମଧ୍ୟ କହିଛନ୍ତି ଯେ, ସେ ଚାହୁଁଛନ୍ତି ଯେ ଭାରତ ତାଙ୍କ ଦେଶ ସପକ୍ଷରେ ରହୁ।

ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ଯେ, ଋଷ ସହିତ ଭାରତର ଶକ୍ତି ବଜାର ଉପରେ ମଧ୍ୟ ଆଲୋଚନା କରାଯାଇଛି। ସେ କହିଛନ୍ତି ଯେ, ଶକ୍ତି ବଜାରକୁ ନେଇ ବର୍ତ୍ତମାନର ପରିସ୍ଥିତି କ’ଣ ସେ ୟୁକ୍ରେନକୁ ବୁଝାଇଛନ୍ତି। ଏହି କାରଣରୁ ଆନ୍ତର୍ଜାତୀୟ ଅର୍ଥନୀତି ସମସ୍ୟାର ସମ୍ମୁଖୀନ ହେଉଛି।

ଦୁଇ ରାଷ୍ଟ୍ରନେତାଙ୍କ ମଧ୍ୟରେ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, “ଆମେ ସର୍ବଦା ଶାନ୍ତି ସପକ୍ଷରେ ରହିଛୁ।” କିନ୍ତୁ ଭ୍ଲୋଡିମିର ଜେଲେନସ୍କି କହିଥିଲେ, “ଆମେ ଚାହୁଁ ଭାରତ ୟୁକ୍ରେନ ସପକ୍ଷରେ ରହୁ।

୨୦୨୨ରେ ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିବା ପରଠାରୁ ଜେଲେନସ୍କି ସର୍ବଦା ଭାରତର ପକ୍ଷ ଲୋଡିଥିଲେ । ଭାରତ ପରୋକ୍ଷରେ ସହାୟତାର ହାତ ବଢାଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ବ୍ୟକ୍ତିଗତ ଭାବେ ଯୁଦ୍ଧଗ୍ରସ୍ତ ରାଷ୍ଟ୍ର ଭ୍ରମଣ କରିନଥିଲେ।

ଏହା ତାଙ୍କର ପ୍ରଥମ ଗସ୍ତ ଥିଲା। ଏପରିକି ୧୯୯୧ରେ ସ୍ୱାଧୀନ ହେବା ପରଠୁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ୟୁକ୍ରେନ ଗସ୍ତ କରିନଥିଲେ। ନରେନ୍ଦ୍ର ମୋଦି ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ, ଯିଏକି ୟୁକ୍ରେନ ଗସ୍ତ କରିଛନ୍ତି। ଯୁଦ୍ଧର ବିଭିଶିକା ମଧ୍ୟରେ ମୋଦି ୟୁକ୍ରେନ ଗସ୍ତ କରିଥିବାରୁ ଏହା ଉପରେ ସମଗ୍ର ବିଶ୍ୱର ନଜର ରହିଥିଲା।

 

Related Articles

Back to top button
WP Twitter Auto Publish Powered By : XYZScripts.com