ଜାତୀୟ

ପୁଣି ମହଙ୍ଗା ହେଲା ବ୍ୟାଙ୍କ ଋଣ,ବଢିବ ଆପଣଙ୍କ EMI

ମୁଦ୍ରାସ୍ପୀତି ଚାପକୁ ଦୂର କରିବା ପାଇଁ ରିର୍ଜବ ବ୍ୟାଙ୍କ ଅଫ ଇଣ୍ଡିଆ ଶୁକ୍ରବାର ପଲିସି ରେପୋ ହାରକୁ ବୃଦ୍ଧି କରିଛନ୍ତି । ସୁଧହାର ସହିତ ତୃତୀୟ ଥର ପାଇଁ ଆରବିଆଇ ରେପୋରେଟ ବଢାଇଛନ୍ତି । ୪ମାସରେ ୫୦ ବେସିକ ପଏଣ୍ଟ ବୃଦ୍ଧି ସହ ରେପୋ ରେଟ ୧.୪୦ ପ୍ରତିଶତ ବଢିଛି । ପ୍ରଥମେ ରେପୋ ରେଟ ୪.୯୦ ପ୍ରତିଶତ ଥିଲା ଯାହାକି ବର୍ତ୍ତମାନ ୫.୪୦ ପ୍ରତିଶତରେ ପହଞ୍ଚିଛି। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ନେତୃତ୍ୱରେ ମୁଦ୍ରା ନୀତି କମିଟିର ଏକ ବୈଠକ ଏହି ନିଷ୍ପତ୍ତି ନିଆଯାଇଛି । ରେପୋ ରେଟ ବଢ଼ିବା ଦ୍ୱାରା ଏହାର ପ୍ରଭାବ ଇଏମଆଇ ଏବଂ ଋଣ ଉପରେ ପଡିବ । ଏବେ ଇଏମଆଇ ଏବଂ ଋଣ ମହଙ୍ଗା ହେବ । ଗତ କିଛି ମାସ ଧରି ଭାରତ ୧୩.୩ ବିଲିୟନ ଡଲାର କ୍ୟାପିଟାଲ ଆଉଟଫ୍ଲୋ ଅବସ୍ଥାରେ ଥିବାବେଳେ ମୁଦ୍ରାନୀତି ନିର୍ଦ୍ଧାରଣ କରିବା ଆରବିଆଇ ଲାଗି କଷ୍ଟସାଧ୍ୟ ହୋଇଛି । ସେପଟେ ଚଳିତ ଆର୍ଥକ ବର୍ଷ ଲାଗି ଜିଡିପି ଅଭିବୃଦ୍ଧି ଲକ୍ଷ୍ୟ ହାରକୁ ୭.୨ ପ୍ରତିଶତ ରଖିଛନ୍ତି RBI । ବିଶ୍ୱର ରାଜନୈତିକ ଅସ୍ଥିରତା ଯୋଗୁ ଭାରତୀୟ ଅର୍ଥନୀତି ବାରମ୍ବାର ପ୍ରଭାବିତ ହୋଇଛି । ସେହିପରି ମୁଦ୍ରାସ୍ଫୀତି ହାର ଆର୍ଥିକ ବର୍ଷ ୨୦୨୩ ଲାଗି ୬.୭ ପ୍ରତିଶତ ଆକଳନ କରାଯାଇଛି । ବର୍ଷାକୁ ଦୃଷ୍ଟିରେ ରଖି ହେଉଥିବା କୃଷି ଉତ୍ପାଦନ ଏବଂ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୫ ଡଲାରକୁ ଦୃଷ୍ଟିରେ ରଖି ୨୦୨୩ ଲାଗି ମୁଦ୍ରାସ୍ଫୀତି ଆକଳନ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com