ଓଡ଼ିଶାରାଜନୀତି

ରାଜ୍ୟ ସରକାରଙ୍କୁ ବିରୋଧୀଙ୍କ ସମାଲୋଚନା, ବିଜେପି କହିଲା ସମସ୍ତଙ୍କ ମତରେ ହୋଇଛି

ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନାର ଏସଓପି ସାମ୍ନାକୁ ଆସିଛି । କେଉଁ ମହିଳାମାନେ ଏହି ଯୋଜନାରେ ଲାଭବାନ୍ ହେବେ ସେ ସମ୍ପର୍କରେ କୁହାଯାଇଛି । ପୂର୍ବରୁ ଦିଆଯାଇଥିବା ସୂଚନା ଅନୁସାରେ ମହିଳାମାନଙ୍କୁ ୫୦ ହଜାର ଟଙ୍କା ଦିଆଯିବ । ଏଥିପାଇଁ ୫୫ ହଜାର ୮୨୫ କୋଟି ଟଙ୍କା ଧାର୍ଯ୍ୟ ହୋଇଛି ।

୨୦୨୪-୨୫ ଆର୍ଥିକ ବର୍ଷ ଠାରୁ ୨୦୨୮-୨୯ ପର୍ଯ୍ୟନ୍ତ ୫ ବର୍ଷ ଧରି ମହିଳାମାନଙ୍କୁ ଏହି ଯୋଜନାରେ ଟଙ୍କା ଦିଆଯିବ । ପ୍ରତିବର୍ଷ ୨ଟି କିସ୍ତିରେ ୧୦ ହଜାର ଟଙ୍କା ଦିଆଯିବ । ଯାହାକୁ ନେଇ ରାଜ୍ୟ ସରକାରକୁ ସମାଲୋଚନା କରିଛନ୍ତି ୨ ବିରୋଧୀ ବିଜେଡି ଏବଂ କଂଗ୍ରେସ ।

ସୁଭଦ୍ରା ଯୋଜନା ଏକ ବଡ ଜୁମଲା, ଏହା ମହିଳାଙ୍କ ସ୍ୱପ୍ନ ଭାଙ୍ଗି ଦେଇଛି ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ସୁଲତା ଦେଓ । ସେହିପରି ସୁଭଦ୍ରା ମାଧ୍ୟମରେ ମହିଳାଙ୍କୁ ପ୍ରତାରଣା କରାଯାଇଥିବା କହିଛନ୍ତି କଂଗ୍ରେସ ନେତ୍ରୀ ସୋନାଲି ସାହୁ ।

ସେପଟେ ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛି ବିଜେପି । ସାଧାରଣ ଲୋକଙ୍କ ସହିତ ବିଭିନ୍ନ ରାଜନେତାଙ୍କ ଠାରୁ ମତାମତ ନେବାପରେ ଏସଓପି ପ୍ରସ୍ତୁତ ହୋଇଛି । ବିରୋଧୀ କେବଳ ରାଜନୈତିକ ଉଦେଶ୍ୟ ରଖି ଏପରି ମନ୍ତବ୍ୟ ଦେଉଛନ୍ତି ବୋଲି କହିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ । ତେବେ ଆଗାମୀ ଦିନରେ କେତେ ମହିଳା ଉପକୃତ ହେଉଛନ୍ତି ଏବଂ କେତେ ମହିଳା ବାଦ୍ ପଡୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com