ଓଡ଼ିଶାଜାତୀୟ

ରାସନ କାର୍ଡରେ ହେବ ବଡ଼ ପରିବର୍ତ୍ତନ ପରେ କଣ ମିଳିବ ଜଣାନ୍ତୁ,

ନୂଆ ଦିଲ୍ଲୀ: ରାସନ କାର୍ଡରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ l ଏମିତିରେ କେନ୍ଦ୍ର ସରକାର ଗରିବ ଲୋକଙ୍କୁ ମାଗଣା ରାସନ ଯୋଗାଉଛନ୍ତି। ମାଗଣା ରେସନ ଯୋଜନା ଅଧୀନରେ ସରକାର ସମସ୍ତ ରେସନ କାର୍ଡଧାରୀଙ୍କୁ ରାସନ ପ୍ରଦାନ କରୁଛନ୍ତି l

ଭାରତ ସରକାର ଦେଶର ଜନତାଙ୍କ ପାଇଁ ଅନେକ ଯୋଜନା ମଧ୍ୟରୁ ଅଧିକାଂଶ ଗରିବ ଏବଂ ଅଭାବୀ ଲୋକଙ୍କ ପାଇଁ ରହିଛି। ପୂର୍ବରୁ ସରକାର ରେସନ କାର୍ଡଧାରୀମାନଙ୍କୁ ମାଗଣା ଚାଉଳ ଦେଉଥିଲେ।

କିନ୍ତୁ ବର୍ତ୍ତମାନ ସରକାରଙ୍କ ନୂତନ ନିଷ୍ପତ୍ତି ଅନୁଯାୟୀ ମାଗଣା ଚାଉଳ ଆଉ ଉପଲବ୍ଧ ହେବ ନାହିଁ। ବରଂ ମାଗଣା ଚାଉଳ ବଦଳରେ ସରକାର ବର୍ତ୍ତମାନ ୯ଟି ଜରୁରୀ ଜିନିଷ ଯୋଗାଇ ଦେବେ ବୋଲି କୁହାଯାଉଛି। ଭାରତ ସରକାରଙ୍କ ମାଗଣା ରାସନ ଯୋଜନା ଅନୁଯାୟୀ ଦେଶର ୯୦ କୋଟି ଲୋକଙ୍କୁ ମାଗଣା ରାସନ ଦିଆଯାଉଛି।

ଏହି ଜିନିଷଗୁଡ଼ିକ ମଧ୍ୟରେ ରହିଛି ଗହମ, ଡାଲି, ଚଣା, ଚିନି, ଲୁଣ, ସୋରିଷ ତେଲ, ଅଟା, ସୋୟାବିନ ଏବଂ ମସଲା । ଜନତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆଣିବା ଏବଂ ସେମାନଙ୍କ ଖାଦ୍ୟରେ ପୁଷ୍ଟିକର ସ୍ତର ବୃଦ୍ଧି କରିବାକୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହା ମଧ୍ୟ ଲୋକଙ୍କ ଜୀବନଶୈଳୀରେ ଉନ୍ନତି ଆଣିବ। ତେବେ ଖାଉଟି ମାନଙ୍କ ପାଇଁ ଏହି ପରିବର୍ତ୍ତନ ସଫଳ ହୋଇପାରିବ ତାହା ଭବିଷ୍ୟତରେ ଜଣାପଡ଼ିବ l

Related Articles

Back to top button
WP Twitter Auto Publish Powered By : XYZScripts.com