ଅନ୍ତର୍ଜାତୀୟଜାତୀୟ

ମହାକାଶରୁ ମିଳମ୍ବରେ ଫେରିବେ ସୁନୀତା ୱିଲିୟମ୍ସ-ବୁଚ୍ ବ୍ଲିମୋର, କାହିଁକି ଜଣାନ୍ତୁ

ନୂଆ ଦିଲ୍ଲୀ: ଆସନ୍ତା ବର୍ଷ ଫେବ୍ରୁଆରୀ ୨୫ରେ ମହାକାଶରୁ ଫେରିବେ ଦୁଇ ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ବୁଚ୍ ବ୍ଲିମୋର। ଆଇଏସଏସରେ ଫସି ରହିଥିବା ଆମେରିକାର ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମସ ଓ ସାଥୀ ବୁଚ୍ ୱିଲମୋରଙ୍କ ପୃଥିବୀ ପ୍ରତ୍ୟାବର୍ତ୍ତନ ଆହୁରି ବିଳମ୍ବିତ ହେବ ।

ମହାକାଶକୁ ନାସା ମିଶନରେ ମାତ୍ର ୮ ଦିନ ପାଇଁ ଯାଇଥିଲେ ଦୁଇ ମହାକାଶଚାରୀ । ଷ୍ଟାରଲାଇନର କ୍ୟାପସୁଲରେ ବୈଷୟିକ ତ୍ରୁଟି ଯୋଗୁଁ ସୁନୀତା ଓ ବୁଚ୍ ଆଇଏସଏସରେ ଫସି ରହିଛନ୍ତି ।

ସାଥୀ ମହାକାଶଚାରୀ ବୁଚ୍ ଓ୍ବିଲମୋରଙ୍କ ସହ ସେ ଆହୁରି ପ୍ରାୟ ୮୦ ଦିନ ମହାକାଶ​‌ରେ ବିତାଇବା ପରେ ବୋଙ୍ଗର ଷ୍ଟାରଲାଇନର ସ୍ପେସକ୍ରାଫ୍ଟ କିମ୍ବା ଏଲନ୍ ମସ୍କଙ୍କ ସ୍ପେସ୍ ଏକ୍ସର ଡ୍ରାଗନ୍ କ୍ୟାପସୁଲ୍ ମାଧ୍ୟମରେ ହିଁ ଫେରିବେ ବୋଲି ଆମେରିକୀୟ ମହାକାଶ ସଂସ୍ଥା ନାସା ପକ୍ଷରୁ ସୂଚନା ମିଳିଛି।

ଶନିବାର ନାସା ପକ୍ଷରୁ ଦୁଇ ମହାକାଶଚାରୀଙ୍କ ପ୍ରତ୍ୟାବର୍ତ୍ତନ ଓ ସେମାନଙ୍କ ସ୍ଥିତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ପୂର୍ବରୁ ବିଶେଷଜ୍ଞମାନେ ଏ ସମ୍ପର୍କରେ ଆଲୋଚନା କରିଥିଲେ ମଧ୍ୟ ଶନିବାରକୁ ନିଷ୍ପତି ଅଟକିଥିଲା।

ତେବେ ନାସା ପକ୍ଷରୁ ସୁନିତା ଓ ଓ୍ବିଲମୋରଙ୍କ ସ୍ଵାସ୍ଥ୍ୟ ପ୍ରତି ବିପଦ ରହିଥିବା ନେଇ ଚିନ୍ତା ପ୍ରକଟ କରାଯାଇଛି। ସେମାନଙ୍କୁ ସୁସ୍ଥ ରଖିବା ପାଇଁ ସମସ୍ତ ପ୍ରୟାସ ଜାରି ରହିଥିବା ବିଜ୍ଞପ୍ତିରେ କୁହାଯାଇଛି। ତେବେ ଗତ ଜୁନ୍ ମାସରୁ ସେମାନେ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ଅବସ୍ଥାନ କରୁଛନ୍ତି। ମହାକାଶରୁ ବର୍ତ୍ତମାନ ଉଭୟଙ୍କୁ ଫେରାଇ ଆଣିବା ଅଧିକ ବିପଦଜ୍ଜନକ ବୋଲି କହିଛି ନାସା।

ସପ୍ତାହେ ପାଇଁ ମହାକାଶକୁ ଯାଇଥିବା ଉଭୟ ମହାକାଶଚାରୀ ଦୀର୍ଘ ୮ ମାସ ହେଲା ସ୍ପେଶ ଷ୍ଟେସନରେ ଫଶି ଯାଇଛନ୍ତି। ସୁନୀତା ଓ ବୁଚ୍‌ ଗତ ଜୁନ୍‌ ୫ ତାରିଖରେ ନାସାର ବୋଇଂ ‘ଷ୍ଟାରଲାଇନର’ରେ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ପହଞ୍ଚିଥିଲେ। ଉଭୟ ଜୁନ୍‌ ୧୩ରେ ପୃଥିବୀ ପୃଷ୍ଠକୁ ଫେରିବାର ଥିଲା। କିନ୍ତୁ ‘ଷ୍ଟାରଲାଇନର’ରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଉଭୟ ଫସି ରହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com