ଅନ୍ତର୍ଜାତୀୟଜାତୀୟ

ପବିତ୍ର ଜନ୍ମାଷ୍ଟମୀରେ ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ପବିତ୍ର କୃଷ୍ଣଙ୍କ ଜନ୍ମାଷ୍ଟମୀ । ଧରାପୃଷ୍ଠକୁ ଧରାବତରଣ କରିବେ ଦେବକୀ ଓ ଯଶୋଦା ନନ୍ଦନ ଶ୍ରୀକୃଷ୍ଣ । ନନ୍ଦଲାଲାଙ୍କ ଜନ୍ମକୁ ନେଇ ଉଠୁଛି ପଡୁଛି ଗୋପପୁର ଓ ମଥୁରା ଏବଂ ଦେଶ ।

ଦ୍ବାପର ଯୁଗରେ କଂସକୁ ବଦ୍ଧ କରିବା ନିମନ୍ତେ ମାନବ ରୂପରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ବସୁଦେବ ଓ ଦେବକୀଙ୍କ ପୁଅ ରୂପେ ଜନ୍ମ ନେଇଥିଲେ ଭଗବାନ କୃଷ୍ଣ। ହରେକୃଷ୍ଣ ନାମରେ ଗୁଞ୍ଜରିତ ହେଉଛି ଗଗନପବନ ।

ତେବେ ଏହି ପବିତ୍ର ଜନ୍ମାଷ୍ଟମୀ ପର୍ବରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଏକ୍ସରେ ଟ୍ବିଟ କରି କହିଛନ୍ତି, ”ଜନମାଷ୍ଟମୀଙ୍କ ଶୁଭ ଅବସରରେ ସମସ୍ତ ଦେଶବାସୀଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି । ଏହି ପର୍ବ ଆମକୁ ଭଗବାନ ଶ୍ରୀକୃଷ୍ଣଙ୍କ ଦିବ୍ୟ ଆଦର୍ଶ ପ୍ରତି ଉତ୍ସର୍ଗୀକୃତ ହେବାକୁ ପ୍ରେରଣା ଯୋଗାଇଥାଏ । ଆସନ୍ତୁ ଏହି ପବିତ୍ର ଦିନରେ ଭଗବାନ ଶ୍ରୀକୃଷ୍ଣଙ୍କ ଶିକ୍ଷାକୁ ଅନୁସରଣ କରିବା ଓ ଦେଶର ପ୍ରଗତି ଏବଂ ସମୃଦ୍ଧତା ପାଇଁ ସଂକଳ୍ପ ନେବା ।”

Related Articles

Back to top button
WP Twitter Auto Publish Powered By : XYZScripts.com