ଜାତୀୟମନୋରଞ୍ଜନରାଜନୀତି

ଏଥର ବିଜେପିର ଅନୁମତି ବିନା ମୁହଁ ଖୋଲି ପାରିବେନି କଙ୍ଗନା ରାଣାୱତ, କାହିଁକି ଜଣାନ୍ତୁ

ନୂଆଦିଲ୍ଲୀ: କଙ୍ଗନା ରାଣାୱତ ଦେଇଥିବା ମନ୍ତବ୍ୟଠୁ ସମ୍ପୂର୍ଣ୍ଣ ରୂପେ ନିଜକୁ ଦୂରେଇ ରଖିଛି ବିଜେପି ।ଭାଜପା ଏମପି କଙ୍ଗନା ରାନାୱତ ଏକ ସାକ୍ଷାତକାରରେ କୃଷକଙ୍କ ଆନ୍ଦୋଳନକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ।

ଯାହାକୁ ନେଇ ବିରୋଧୀ ଦଳ ବିଜେପିକୁ ତୀବ୍ର ଟାର୍ଗେଟ କରି କଙ୍ଗନା ବିରୋଧରେ ମାମଲା ରୁଜୁ କରିବାକୁ ଦାବି କରିଥିଲେ । ବଢୁଥିବା ବିବାଦକୁ ଦେଖି ବର୍ତ୍ତମାନ ବିଜେପି ଏକ ଅଧିକାରୀଙ୍କ ବିବୃତ୍ତି ଜାରି କରି କଙ୍ଗନା ଦେଇଥିବା ମନ୍ତବ୍ୟ ଉପରେ ଅସନ୍ତୋଷ ପ୍ରକାଶ କରି ଭବିଷ୍ୟତରେ କୌଣସି ବିବୃତ୍ତି ନକରିବାକୁ ନିର୍ଦ୍ଦେଶ ଦେଇଛି ।

ସୂଚନାଯୋଗ୍ୟ କଙ୍ଗନା ଏକ ସାକ୍ଷାତକାରରେ କହିଥିଲେ ଯଦି ଆମର ଶୀର୍ଷ ନେତୃତ୍ୱ ମଜବୁତ ନରହିଥାନ୍ତା ତେବେ କୃଷକ ଆନ୍ଦୋଳନ ସମୟରେ ପଞ୍ଜାବକୁ ମଧ୍ୟ ବାଂଲାଦେଶରେ ପରିଣତ କରି ଦେଇଥାନ୍ତେ । କଙ୍ଗନାଙ୍କ ଏହି ବୟାନ ଉପରେ ବିରୋଧୀ ଲଗାତାର ସରକାରଙ୍କୁ ଘେରିଛନ୍ତି। ଏହି ପ୍ରସଙ୍ଗରେ କଙ୍ଗନାଙ୍କ ବିରୋଧରେ ଏନଏସଏ ଆଇନ ଅଧୀନରେ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଥିଲା ।

ସେହିଭଳି ବିଜେପି ମଧ୍ୟ କଙ୍ଗନାଙ୍କ ଏହି ବୟାନରୁ ନିଜକୁ ଦୁରେଇ ରଖି କହିଛି ଯେ, ଏହା ତାଙ୍କର ନିଜସ୍ୱ ବୟାନ ଅଟେ, ଯେଉଁଥିରେ ପାର୍ଟିର କୌଣସି ଯାଏ ଆସେ ନାହିଁ। ତେଣୁ କଙ୍ଗନାଙ୍କ ବିବାଦୀୟ ବିବୃତ୍ତି ଉପରେ ବିଜେପିର କେନ୍ଦ୍ରୀୟ ମିଡିଆ ଟିମ୍ ପକ୍ଷରୁ କୁହାଯାଇଛି, “କୃଷକ ଆନ୍ଦୋଳନ ପ୍ରସଙ୍ଗରେ ଭାଜପା ଏମପି କଙ୍ଗନା ରାନାୱତ ଦେଇଥିବା ବିବୃତ୍ତି ଦଳର ମତ ନୁହେଁ ।

ଭାରତୀୟ ଜନତା ପାର୍ଟି କଙ୍ଗନା ରାନାୱତଙ୍କ ବିବୃତ୍ତିରେ ଅସହମତି ବ୍ୟକ୍ତ କରୁଛି । ଦଳ ପକ୍ଷରୁ ନୀତି ଉପରେ କହିବାକୁ ପାର୍ଟିର ପ୍ରସଙ୍ଗ ଗୁଡ଼ିକ କଙ୍ଗନା ରାଣାଉତଙ୍କୁ ଏପରି ବିବୃତ୍ତି ଦେବାକୁ ଅନୁମତି ଦିଆଯାଇ ନାହିଁ କିମ୍ବା ଭବିଷ୍ୟତରେ କୌଣସି ବିବୃତ୍ତି ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି। କଙ୍ଗନାଙ୍କ ମନ୍ତବ୍ୟ ଭିଡିଓ ଭାଇରାଲେ ହେବା ପରେ ବିଜେପିକୁ ଟାର୍ଗେଟ କରିଥିଲେ ବିରୋଧୀ। ଶେଷରେ ଏ ଉପରେ ବିଜେପି ପକ୍ଷରୁ ବିବୃତ୍ତି ଜାରି କରାଯାଇ ସ୍ପଷ୍ଟୀକରଣ ରଖାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com