ଜାତୀୟରାଜନୀତି

ଆଜି ସୋନିଆଙ୍କୁ ଇଡିର ଦ୍ବିତୀୟ ଜେରା; କଂ‌ଗ୍ରେସ କର୍ମୀଙ୍କ ବିରୋଧ ପ୍ରଦର୍ଶନ ଜାରି

ନ୍ୟାଶନାଲ୍‌ ହେରାଲଡ୍‌ ମାମଲାରେ ମଙ୍ଗଳବାର ଦ୍ୱିତୀୟ ଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ । ତାଙ୍କ ସହ ଝିଅ ପ୍ରିୟଙ୍କା ଏବଂ ପୁଅ ରାହୁଲ ଗାନ୍ଧୀ ମଧ୍ୟ ରହିଛନ୍ତି । ଏପଟେ ଏହାକୁ ବିରୋଧ କରି କଂଗ୍ରେସ କର୍ମୀମାନେ ଇଡି ଅଫିସ୍‌ ବାହାରେ ପ୍ରଦର୍ଶନ କରିଛନ୍ତି। କଂଗ୍ରେସର ବିରୋଧକୁ ଦୃଷ୍ଟିରେ ରଖି ଟ୍ରାଫିକ ପୋଲିସ ଶୃଙ୍ଖଳା ରକ୍ଷା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଛି। ସୋନିଆ ଗାନ୍ଧୀଙ୍କୁ ପଚରାଉଚୁରା ପ୍ରସଙ୍ଗରେ କଂଗ୍ରେସ ଏମ୍‌ପିମାନେ ମୋଦି ସରକାରଙ୍କ ବିରୋଧରେ ରାଜନୈତିକ ଏଜେଣ୍ଡା ପୂରଣ ପାଇଁ କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର କରିଥିବା ଅଭିଯୋଗ କରି ସଂସଦ ଭିତରେ ବିରୋଧ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com