ଓଡ଼ିଶାରାଜନୀତି

ରାଣ ଖାଇଲେ ବିଜେପି ସାଂସଦ-କଟାକ୍ଷ କଲେ ବିଜେଡିର ପୂର୍ବତନ ସାଂସଦ, ଦେଖନ୍ତୁ

ନବରଙ୍ଗପୁର: ଜୁନାଗଡ଼ ଓ ନବରଙ୍ଗପୁର ରେଳ ପ୍ରକଳ୍ପ କୁ କେନ୍ଦ୍ର କ୍ୟାବିନେଟ ରେ ମଞ୍ଜୁରୀ ମିଳିବା ପରେ, ଧର୍ମଗଡ଼ ଠାରେ ଏକ ସମ୍ଭର୍ଦ୍ଧନା ସଭାରେ ଯୋଗ ଦେଇଥିଲେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ । ସେ ରାଣ ଖାଇଥିଲେ ଯେ ପ୍ରସ୍ତାବିତ ରେଳ ଲାଇନ ଧର୍ମଗଡ଼ ସହରର ୭ କିଲୋମିଟର ମଧ୍ୟରେ ରେଳ ଷ୍ଟେସନ ସ୍ଥାପନ କରାଯିବ ଏବଂ ନବରଙ୍ଗପୁରକୁ ସଂଯୋଗ କରାଯିବ ।

ସେପଟେ ଏହାକୁ ନେଇ ନବରଙ୍ଗପୁର ପୂର୍ବତନ ଏମପି ରମେଶ ମାଝୀ କରିଛନ୍ତି କଟାକ୍ଷ । ଏକ ପ୍ରେସ ମିଟ କରି କହିଛନ୍ତି ଯେ ଯଦି ନବରଙ୍ଗପୁର ଏମପି ଧର୍ମଗଡ଼ ପାଇଁ ଏତେ ବ୍ୟାକୁଳ ତାହେଲେ ଅନ୍ୟ ବ୍ଲକର ଲୋକଙ୍କୁ କଣ ପାଇଁ ଅଣଦେଖା କରାଯାଉଛି ।

ଯଦି ଜୁନାଗଡ଼ ରେଳ ଲାଇନ ଧର୍ମଗଡ ପର୍ୟ୍ୟନ୍ତ ଅଣାଯାଇ ପାରୁଛି ତାହେଲେ ତାକୁ ଚନ୍ଦାହାଣ୍ଡି, ଝରୀଗାଁ, ଉମରକୋଟ ଓ ଡାବୁଗାଁ ଦେଇ ନବରଙ୍ଗପୁର କୁ ସଂଯୋଗ କରାଯାଉ ବୋଲି କେନ୍ଦ୍ର ରେଳ ମନ୍ତ୍ରୀ ଓ ନବରଙ୍ଗପୁର ସାଂସଦ ଙ୍କୁ ଅନୁରୋଧ କରିଛନ୍ତି।

ଯଦି ଉମରକୋଟ ଦେଇ ରେଳ ଲାଇନ ଯାଏ ତାହେଲେ ଭବିଷ୍ୟତ ରେ ତାକୁ ରାଇପୁର କୁ ମଧ୍ୟ ସଂଯୋଗ କରାଯାଇ ପାରିବ ବୋଲି କହିଛନ୍ତି। ତେବେ ଉମରକୋଟ ହେଉଛି ନବରଙ୍ଗପୁର ଜିଲ୍ଲା ର ବ୍ୟବସାୟିକ ପେଣ୍ଠସ୍ଥଳୀ ଓ ପ୍ରାଣକେନ୍ଦ୍ର ।

ତେଣୁ ଉମରକୋଟ କୁ ରେଳ ଲାଇନ ସଂଜଗ ପାଇଁ ପୂର୍ବତନ ସାଂସଦ ଦାବି କରିଛନ୍ତି । ଏଥି ପୂର୍ବରୁ ଗତ ୨୬ ଜୁଲାଇ ୨୦୨୩ ରେ ରମେଶ ମାଝି ସାଂସଦ ରହିଥିବା ସମୟର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଙ୍କୁ ଦାବି ଜଣାଇଥିଲେ। କିନ୍ତୁ ବର୍ତମାନ ର ନବରଙ୍ଗପୁର ର ସାଂସଦ ବଳଭଦ୍ର ମାଝୀ ନବରଙ୍ଗପୁର ଜିଲ୍ଲା ର ଏସବୁ ସ୍ଥାନକୁ ଅଣଦେଖା କରୁଥିବା ଦର୍ଶାଇ ମୁହାଁମୁହିଁ ହୋଇଛନ୍ତି ଉଭୟ ନେତା ।

Related Articles

Back to top button
WP Twitter Auto Publish Powered By : XYZScripts.com