ଓଡ଼ିଶାମନୋରଞ୍ଜନ

୩୦ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ-୨୦୨୪

ଭୁବନେଶ୍ବର: ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟବାସା ଶ୍ରୀ ବିଶ୍ବବିଦ୍ୟାଳୟର ଆନୁଷ୍ଠାନିକ ସହଯୋଗରେ କଳା, ଉତ୍କର୍ଷତା ପାଇଁ ଉତ୍ସର୍ଗୀକୃତ ୩୦ ତମ ପାଳନ ହେବ l ସମ୍ମାନ ଉତ୍ସବ ୨୦୨୪, ସେପ୍ଟେମ୍ବର ୫ ରୁ ୧୧ ପର୍ଯ୍ୟନ୍ତ ରବୀନ୍ଦ୍ର ମଣ୍ଡପରେ ପ୍ରତ୍ୟେକ ଦିନ ସନ୍ଧ୍ୟା ୭ ଟାରେ ଅନୁଷ୍ଠିତ ହେବ ।

ନୃତ୍ୟ ଏବଂ ସଙ୍ଗୀତରେ ଆମର ଶାସ୍ତ୍ରୀୟ ପରମ୍ପରାଗୁଡ଼ିକ ବିଷୟରେ ସଚେତନତା ସୃଷ୍ଟି ଏବଂ ବଞ୍ଚାଇବା ପାଇଁ ସମ୍ମାନ ଉତ୍ସବ ସର୍ବଦା ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ସହିତ ଆୟୋଜିତ ହୋଇଆସୁଛି |

ଏହାର ପାରମ୍ପାରିକ ପାଞ୍ଚ ଦିନିଆ ପର୍ଯ୍ୟାୟରୁ ବିଦାୟ ନେଇ ଚଳିତ ବର୍ଷ ପାଇଁ ସମ୍ମାନ ଉତ୍ସବ ସାତ ଦିନ ପର୍ଯ୍ୟନ୍ତ ବିସ୍ତାର ହୋଇଛି, ପ୍ରତ୍ୟେକ ସନ୍ଧ୍ୟାର ପ୍ରଦର୍ଶନ ଶାସ୍ତ୍ରୀୟ ନୃତ୍ୟକୁ ସର୍ବୋଚ୍ଚ ସ୍ତରରେ ପହଞ୍ଚାଇ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିବା ଉଦ୍ଦେଶ୍ୟରେ ପରିକଳ୍ପିତ |

ଛଅଦିନ ଧରି ନୃତ୍ୟ ଓ ସଙ୍ଗୀତ ପ୍ରଦର୍ଶନ ହେବ ଏବଂ ଅନ୍ତିମ ଦିନରେ ସମ୍ମାନ ପ୍ରଦାନ l ସମାରୋହ ସହିତ ଗୁରୁ ରତିକାନ୍ତ ମହାପାତ୍ରଙ୍କ ପ୍ରଖ୍ୟାତ ଅନୁଷ୍ଠାନ ସୃଜନର ନୃତ୍ୟଶିଳ୍ପୀମାନଙ୍କ ଦ୍ବାରା ଓଡ଼ିଶୀ ନୃତ୍ୟ ପରିବେଶିତ ହେବ ।

ଚଳିତ ବର୍ଷ ଭାରତ ଏବଂ ବିଶେଷ କରି ଓଡ଼ିଶାର ସମୃଦ୍ଧ ଏବଂ ବିବିଧ ସାଂସ୍କୃତିକ ପରିବେଶର ଚାରି ଜଣ ପ୍ରତିଷ୍ଠିତ ବ୍ୟକ୍ତିତ୍ବଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ୨୦୨୪ରେ ସମ୍ମାନୀତ ଭାବେ ପ୍ରତେକଙ୍କୁ ଏକ ଲକ୍ଷ ଟଙ୍କା ଏବଂ ମାନପତ୍ର ପ୍ରଦାନ କରାଯିବ ।

ଓଡ଼ିଶୀ ନୃତ୍ୟରେ ଅତୁଳନୀୟ ଅବଦାନ ପାଇଁ ଶ୍ରୀମତୀ କୁମକୁମ ଲାଲଙ୍କୁ, ଯଥାକ୍ରମେ ସଙ୍ଗୀତ ଓ ବାଦନ କ୍ଷେତ୍ରରେ ସେମାନଙ୍କ ଜୀବନବ୍ୟାପୀ ସଫଳତା ପାଇଁ ଗୁରୁ ଲକ୍ଷ୍ମୀକାନ୍ତ ପାଲିତ ଓ ଗୁରୁ ଧନେଶ୍ବର ସ୍ଵାଇଁଙ୍କୁ ଏବଂ ଓଡିଆ ସିନେମା ଜଗତକୁ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀ ଉତ୍ତମ ମହାନ୍ତିଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com