ଓଡ଼ିଶା

ଔଷଧ ଦୋକାନରୁ ଲୁଟ୍‌ ଘଟଣା: ୪ଜଣ ବଙ୍ଗାଳି ଚୋର ଗିରଫ, ୩୯,୦୦୦ଟଙ୍କା ଜବତ

ଭୁବନେଶ୍ବର() ଗତ କିଛି ଦିନ ହେବ ଉତ୍ପାତ କରୁଥିଲେ ଔଷଧ ଲୁଟେରା। ଏକୁଟିଆ ଔଷଧ ଦୋକାନୀ ଦେଖି ଟାର୍ଗେଟ୍ କରୁଥିଲେ ଏହି ଲୁଟେରା। ଏନେଇ କିଛି ଦିନ ତଳେ ଭୁବନେଶ୍ବର ପୁଲିସ ଦୋକାନୀମାନଙ୍କୁ ସଚେତନ କରାଇଥିବା ବେଳେ ଆଜି ୪ଜଣଙ୍କୁ ଗିରଫ କରିଛି ପୁଲିସ। ୩୯,୦୦୦ଟଙ୍କା ଜବତ କରିବା ସହ ୪ଜଣ ବଙ୍ଗାଳି ଚୋରକୁ ପୁଲିସ ଗିରଫ କରିଥିବା ଜଣାପଡ଼ିଛି।

ପୁଲିସର ସୂଚନା ମୁତାବକ, ଚୋରି କରିବା ଆଗରୁ ଅଶୋକ ନଗରର ଏକ ଲଜରେ ରସଗୋଲା ପୂଜା କରିଥିଲେ ଏହି ୪ବଙ୍ଗାଳି ଚୋର। ଏହା ପରେ ଭୁବନେଶ୍ୱରର ୪ଟା ସ୍ଥାନରେ ସେମାନେ ଚୋରି କରିଥିଲେ। ୪ଟି ଔଷଧ ଦୋକାନରୁ ଚୋରି କରି ଏହି ଅଭିଯୁକ୍ତମାନେ ଫେରାର ଥିବା ବେଳେ ପ୍ରଥମେ ବ୍ରହ୍ମପୁର, ଭୁବନେଶ୍ୱର ଓ ପରେ କଟକ ଯିବା ରାସ୍ତାରୁ ପୁଲିସ ୪ଜଣ ଅଭିଯଯୁକ୍ତଙ୍କୁ ଉଠାଇନେଇଥିବା ଜଣାପଡ଼ିଛି।

କିଛି ଦିନ ତଳେ ଦୋକାନୀଙ୍କୁ ସତର୍କ କରାଇ ଡିସିପି ଡ. ଦାଶ କହିଥିଲେ ଯେ କେବଳ ମେଡିସିନ୍ ଷ୍ଟୋର୍ ନୁହେଁ, ଏହି ଲୁଟେରାମାନେ ଯେକୌଣସି ଦୋକାନକୁ ଟାର୍ଗେଟ୍ କରିପାରନ୍ତି। ଏଭଳି ଅଭିନବ ଉପାୟ ଆପଣାଉଥିବା ଏହି ଲୁଟେରାମାନଙ୍କ ଲୁଟ୍ ତରିକାରୁ ଜଣାପଡ଼ୁଛି ଯେ ସେମାନେ ଭୁବନେଶ୍ବରରେ ନୂଆ। ସେଥିପାଇଁ ଏମାନେ ବଡ଼ଗଡ଼ ପରେ ନୂଆପଲ୍ଲୀ ଆଇଆର୍‌ସି ଭିଲେଜରେ ମଧ୍ୟ ସମାନ ଢଙ୍ଗରେ ଔଷଧ ଦୋକାନୀକୁ ଲୁଟ୍ କରିଥିଲେ। ଲୁଟେରାଙ୍କୁ ଧରିବା ପାଇଁ ପୁଲିସ ସିସିଟିଭି ଆଧାରରେ ତଦନ୍ତ ଚଳାଉଛି। ତେବେ ଆଜି ପୁଲିସ ତଦନ୍ତ ସହ ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com