ଓଡ଼ିଶା

ବଙ୍ଗୋପସାଗରରେ ଭୂମିକମ୍ପ

ଆଜି ସକାଳ ପ୍ରାୟ ସାଢ଼େ ୮ଟା ବେଳେ ଓଡିଶା ଉପକୂଳ ବଙ୍ଗୋପସାଗରରେ ଭୂମିକମ୍ପ ଅନୁଭୂତ ହୋଇଛି ।ବଙ୍ଗୋପସାଗର ମଧ୍ୟରେ ୫.୧ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିବା ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜି’ ପକ୍ଷରୁ ସୂଚନା ଦିଆଯାଇଛି । ପଶ୍ଚିମବଙ୍ଗର ହଳଦିଆର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗକୁ ୩୭୦ କିଲୋମିଟର୍‌, କୋଲ୍‌କାତାର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗକୁ ୪୦୯ କିଲୋମିଟର୍‌, ଓଡ଼ିଶାର ପୁରୀର ପୂର୍ବକୁ ୪୨୧ କିଲୋମିଟର୍‌ ପୂର୍ବ-ଦକ୍ଷିଣପୂର୍ବ ଏବଂ ତ୍ରିପୁରାର ବେଲୋନିଆର ଦକ୍ଷିଣ-ଦକ୍ଷିଣପଶ୍ଚିମକୁ ୪୮୯ କିଲୋମିଟର୍‌ ଦୂରବର୍ତ୍ତୀ ବଙ୍ଗୋପସାଗର ମଧ୍ୟରେ ଭୂଗର୍ଭର ୧୦ କିଲୋମିଟର୍‌ ଅଭ୍ୟନ୍ତରରେ ଏହି ଭୂମିକମ୍ପ ସଂଗଠିତ ହୋଇଛି।ଆଜି ସକାଳ ୯.୦୨ରେ ବାଂଲାଦେଶର ରାଜଧାନୀ ଢାକା, ଚଟଗ୍ରାମ ଓ ଅନ୍ୟ କେତେକ ପ୍ରାନ୍ତରେ ୫.୨ ତୀବ୍ରତା ସମ୍ପନ୍ନ ଭୂମିକମ୍ପ ଅନୁଭୂତ ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com