Breaking NewsFeaturedରାଜନୀତି

କକା-ପୁତୁରାଙ୍କ ପାୱାର ଚର୍ଚ୍ଚା/ ଶରଦ-ଅଜିତ୍ କୋଳାକୋଳି

ଏହାପରେ ପୁଣି ମହାରାଷ୍ଟ୍ରରେ କକା-ପୁତୁରା ଚର୍ଚ୍ଚା । ଏନସିପି ମୁଖିଆ ଶରଦ ପାୱାର ଓ ଅଜିତ ପାୱାରଙ୍କ ଗୁପ୍ତ ବୈଠକକୁ ନେଇ ରାଜନୀତିକ ପାଣିପାଗ ଗରମ ହେବାରେ ଲାଗିଛି । ହୁଏତ ମହାରରାଷ୍ଟ୍ରରେ ପୁଣି ମହାନାଟକ ଦେଖିବାକୁ ପଡ଼ିପାରେ ଆଉ ରାଜନୀତିକ ଦୃଶ୍ୟପଟ୍ଟ ବଦଳିପାରେ । ଏଭଳି ଆଲୋଚନା ଜୋର ଧରିଛି । ରିପୋର୍ଟ ଅନୁସାରେ ଅଜିତ ପାୱାରଙ୍କ ଶହ ଶରଦ ପାୱାରଙ୍କ ଗତ ଶନିବାର ହୋଇଥିଲା ସିକ୍ରେଟ ମିଟିଂ । କିନ୍ତୁ ଏହାକୁ ଗୁପ୍ତ ବୈଠକ ନଥିଲା ବୋଲି କହିଛନ୍ତି ଶରଦ ।

ପୁତୁରାକୁ ଭେଟିବାରେ କଣ ଭୁଲ କି ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି । ତେବେ ଏହା ପୂର୍ବରୁ ଅଜିତ୍ ନିଜ ଖୁଡ଼ି ପ୍ରତିଭା ପାୱାରଙ୍କୁ ଅସ୍ତ୍ରୋପଚାର ପରେ ତାଙ୍କୁ ଦେଖିବାକୁ ଥରେ ଯାଇଥିଲେ । ଏନସିପି ଛାଡ଼ିବା ପରେ ତାହା ଥିଲା ପ୍ରଥମ ଘରୋଇ ଭେଟଘାଟ । ଆଉ ଏବେ ଯେଉଁ ଗୁପ୍ତ ବୈଠକ ହେଲା ତାହା ଦ୍ୱିତୀୟ ଥର । ଏହାକୁ ନେଇ ଶରଦ କହିଛନ୍ତି ଯେ ଯଦି ପରିବାରର କୌଣସି ବରିଷ୍ଠ ସଦସ୍ୟ ଅନ୍ୟ ସଦସ୍ୟକୁ ଭେଟିବାକୁ ଚାହାନ୍ତି ତେବେ ଏଥିରେ କଣ ସମସ୍ୟା ରହିଛି । ତେବେ ପୁଣେର କୋରେଗାଓଁ ପାର୍କ ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କ ଘରେ ଶରଦ ପାୱାର ଏବଂ ଅଜିତଙ୍କ ଗୁପ୍ତ ବୈଠକ ହୋଇଥିଲା । ପ୍ରଥମେ ଶରଦ ପାୱାର ବ୍ୟବସାୟୀଙ୍କ ବାସଭନ ଛାଡିଥିବା ବେଳେ ଏହାର ଦୁଇ ଘଣ୍ଟା ପରେ ଅଜିତ ପାୱାର ଯାଇଥିଲେ । ଯାହାର ଭିଡିଓ କ୍ୟାମେରାରେ କଏଦ ହୋଇଥିଲା । । ଆଉ ଏହି ସମୟରେ ସେମାନେ ଗଣମାଧ୍ୟମକୁ ଏଡାଇ ଯାଉଥିବାର ଦେଖିବାକୁ ମିଳିଥିଲା ।

ଏଠି କହିରଖୁଛୁ ନିକଟରେ କାକା ଶରଦ ପାୱାରଙ୍କ ହାତ ଛାଡି ଅଜିତ ପାୱାର ନିଜର ୮ ଜଣ ସମର୍ଥକଙ୍କୁ ନେଇ ଏକନାଥ ସିନେ୍ଧଙ୍କ ସରକାରରେ ଯୋଗ ଦେଇଥିଲେ । ଫଳରେ ଏନସିପି ଭାଗ ଭାଗ ହୋଯାଇଥିଲେ । ହେଲେ ଏବେ ଦାଦା ପୁତୁରାହଅକ ଗୁପ୍ତ ବୈଠକକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଅନ୍ୟପକ୍ଷରେ ମହାରାଷ୍ଟ୍ରରେ ବିରୋଧୀ ମେଣ୍ଟ ଆଇଏନଡିଆଇଏ ବୈଠକ ପୂର୍ବରୁ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଭେଟିଲେ କଂଗ୍ରେସ ସଭାପତି ନାନା ପଟୋଲ । ଅଗଷ୍ଟ ୩୧ ଏବଂ ସେପ୍ଟେମ୍ବର ୧ରେ ଅଇଏନଡିଆଇଏ ମେଣ୍ଟର ଦୁଇଦିନିଆ ବୈଠକ ହେବ । ଏହାକୁ ନେଇ ଏବେ ଠାରୁ ମୋଦି ସରକାରଙ୍କ ବିରୋଧରେ ମହାରାଷ୍ଟ୍ରର ବିରୋଧୀ ଦଳର ନେତାମାନେ ରଣନୀତି ପ୍ରସ୍ତୁତ କରୁଛନ୍ତି । ରବିବାର ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଭେଟିଛନ୍ତି କଂଗ୍ରେସ ସଭାପତି ନାନା ପଟୋଲ ।

ଏହି ଭେଟକୁ ନେଇ ନାନା ପାଟୋଲ କହିଛନ୍ତି, ହେବାକୁ ଥିବା ଅଇଏନଡିଆଇଏ ମେଣ୍ଟର ବୈଠକ ଉପରେ ଆଲୋଚନା ହୋଇଥିଲା । ଏହା ସହ ସେ କହିଛନ୍ତି ଯେ, ଶନିବାର ଏନସିପି ସୁପ୍ରିମୋ ଶରଦ ପାୱାର ଏବଂ ତାଙ୍କ ପୁତୁରା ତଥା ମହାରଷ୍ଟ୍ରର ଉପମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ପୁନେରେ ଏକ ଗୋପନ ବୈଠକକୁ ନେଇ ମହା ବିକାଶ ଅଗାଡି ଦଳ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା ।

ଏହାରି ଉପରେ ଆଲୋଚନା ହୋଇଛି ବୋଲି କହିଛନ୍ତି ନାନା ପାଟୋଲ । ମହା ବିକାଶ ଅଗାଡି ଏବେ ଏକଜୁଟ ହୋଇଛି ଏବଂ ଏହା ସହ ଜଡ଼ିତ ସମସ୍ତ ନେତା-କର୍ମୀଙ୍କ ମଧ୍ୟରେ ଏକତା ବଜାୟ ରହିବା ଉଚିତ । ମହାରାଷ୍ଟ୍ରର ଜନତାଙ୍କ ମନରେ କୌଣସି ଦ୍ୱନ୍ଦ୍ୱ ନରହିବା ଉଚିତ ବୋଲି ପାଟୋଲ୍ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com