ଓଡ଼ିଶା

 ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା ‘ମାଣ୍ଡୋସ’

ଭୁବନେଶ୍ୱର, ୦୫/୧୨/୨୦୨୨-    ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା । ଏହାର ନାମ ‘ମାଣ୍ଡୋସ’ ରଖାଯାଇଛି ।  ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ୨୪ ଘଣ୍ଟାରେ ଅବପାତ ରୂପ ନେବ । ଏବେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ଲଘୁଚାପ । ଅବପାତର ୨୪ ଘଣ୍ଟା ପରେ ଏହା ବାତ୍ୟାର ରୂପ ନେବ । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ବାତ୍ୟା ରୂପନେବା ସମ୍ଭାବନା ରହିଛି । ତେବେ ଓଡ଼ଶାରେ ଏହାର ସିଧାସଳଖ ପ୍ରଭାବ ପଡ଼ିବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଡିସେମ୍ବର ୮ରେ ବାତ୍ୟା ତାମିଲନାଡୁ, ପୁଡୁଚେରୀ ଦକ୍ଷିଣ ଆନ୍ଧ୍ର ଉପକୂଳରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ । ଓଡ଼ଶାରେ ଏହାର ସିଧାସଳଖ ପ୍ରଭାବ ଥିଲେ ବି ଧାନ ଅମଳ ସମୟ ହୋଇଥିବାରୁ ଚାଷୀ ମନରେ ଏଥିପାଇଁ ଛନକା ପଶିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com