ଓଡ଼ିଶା

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର କୌଣସି ଯଥାର୍ଥତା ନାହିଁ ! କାହିଁକି ଜଣାନ୍ତୁ

ଭୁବନେଶ୍ୱର: ଓଡ଼ିଶାରେ ପ୍ରତିଷ୍ଠା ହୋଇନପାରେ ହାଇକୋର୍ଟ ବେଞ୍ଚ । ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଉତ୍ତରରେ ଏହା ସ୍ପଷ୍ଟ କରି କହିଛନ୍ତି, ଏହାର କିଛି ଯଥାର୍ଥତା ନାହିଁ ।

ଆଜି ଅର୍ଥାତ ସୋମବାର ଦିନ ବିଧାନସଭାରେ ବଲାଙ୍ଗୀର ବିଧାୟକ କଳିକେଶ ସିଂହଦେଓଙ୍କ ପ୍ରଶ୍ନରେ ଉତ୍ତର ରଖି କିଛି ଏମିତି ଇଙ୍ଗିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେବାର ପ୍ରସ୍ତାବ ଅଛି କି ବୋଲି କଳିକେଶ ନାରାୟଣ ସିଂଦେଓ ପ୍ରଶ୍ନ କରିଥିଲେ ।

ଏନେଇ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଲିଖିତ ଉତ୍ତର ରଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ରଖି କହିଥିଲେ, ସୁପ୍ରିମକୋର୍ଟ ଦ୍ବାରା ଏ ସଂକ୍ରାନ୍ତରେ ଆସିଥିବା ରାୟ ଅନୁଯାୟୀ, ଓ କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର କୌଣସି ଯଥାର୍ଥତା ନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com