ଜାତୀୟରାଜନୀତି

ବଡ ସଙ୍କେତ ଦେଲେ ପ୍ରଧାନମନ୍ତ୍ରୀ-ଛାନିଆ ହେଲେଣି ବିରୋଧୀ-କାହିଁକି ଚର୍ଚ୍ଚା? ଦେଖନ୍ତୁ

ନୂଆଦିଲ୍ଲୀ: ଇସାରା ଇସାରାରେ ବଡ ସଙ୍କେତ ଦେଲେ ପ୍ରଧାନମନ୍ତ୍ରୀ । ୫ବର୍ଷ ପରେ କେନ୍ଦ୍ରରେ ପୁଣିଥରେ ସରକାର ଗଢିବ ବିଜେପି । ଅର୍ଥାତ ୨୦୨୯ରେ ଦେଶରେ ୪ର୍ଥ ଥର ପାଇଁ ଶାସନ କ୍ଷମତାକୁ ଆସିବ ଏନଡିଏ । ଏଭଳି ଏକ ବଡ ବୟାନ ଦେଇଛନ୍ତି ମୋଦି ।

ମୁମ୍ବାଇରେ ଆୟୋଜିତ ଗ୍ଲୋବାଲ ଫିନଟେକ ଫେଷ୍ଟ ୨୦୨୪କୁ ସମ୍ବୋଧିତ କରିବା ଅବସରରେ ଏମିତି କିଛି ଇସାରା ଦେଇଛନ୍ତି । ମୋଦି କହିଛନ୍ତି ଇଏ ହେଉଛି ପଂଚମ ଫିନଟେକ ଫେଷ୍ଟ । ଆଉ ଏହାର ୫ବର୍ଷ ପରେ ହେବାକୁ ଥିବା ୧୦ମ ଫିନଟେକ ଫେଷ୍ଟରେ ବି ସେ ସାମିଲ ହେବେ । ତେଣୁ ମୋଦି ଏହି ସଂକେତ ଦେଲେ କି ୫ବର୍ଷ ପରେ କେନ୍ଦ୍ରରେ ତାଙ୍କର ହିଁ ସରକାର ରହିବ । ଆଉ ପ୍ରଧାନମନ୍ତ୍ରୀ ହୋଇ ସେ ଏହି ଫେଷ୍ଟରେ ଯୋଗଦେବେ । ଶୁଣନ୍ତୁ କଣ କହିଛନ୍ତି ମୋଦି।

ତେବେ ମୋଦି ଏହି ଫେଷ୍ଟରେ ଦୃଢତାର ସହ ବୟାନ ଦେଇଛନ୍ତି । ଏହାସହ ମୋଦି ଆହୁରି କହିଛନ୍ତି କି ଆମର ବେଷ୍ଟ ସାମ୍ନାକୁ ଆସିବାର ଏବେ ବାକି ଅଛି । ସେପଟେ ଏହାକୁ ସରଗରମ ହୋଇଛି ଜାତୀୟ ରାଜନୀତି । ତେଣୁ ବିରୋଧୀ ମେଂଟ ଛାନିଆ ହେଲେଣି ବୋଲି ଚର୍ଚ୍ଚା ହେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com