ଐତିହ୍ୟ ଓ ସଂସ୍କୃତିଜାତୀୟ

ଆଜି ଗୁରୁ ଦିବସ,ଅଜ୍ଞାନ ଅନ୍ଧାରରୁ ଆଲୋକ ଦେଖାଉଥିବା ବ୍ୟକ୍ତିତ୍ୱ ହେଲେ ଗୁରୁ

ଭୁବନେଶ୍ୱର ; ୫ା୯ ଭାରତୀୟ ପରମ୍ପରାରେ ଗୁରୁ ଏକ ପରମ ପବିତ୍ର ଶବ୍ଦ । ଗୁରୁ, ଯିଏ ଅଜ୍ଞାନ ରୂପକ ଅନ୍ଧକାରରୁ ଜ୍ଞାନ ରୂପକ ଆଲୋକର ରାସ୍ତା ଦେଖାଇଥାନ୍ତି । ଯାହାଙ୍କ ପ୍ରଦତ୍ତ ଜ୍ଞାନର ଦାନରେ ସାଧାରଣ ଜୀବନର ପ୍ରକୃତ ଉଦ୍ଦେଶ୍ୟ ବୁଝିବାରେ ସହଜ ହୁଏ । କେବେ କେବେ ତାଙ୍କର ଆକଟଭରା କଠୋର ଅନୁଶାସନ ତ ପୁଣି କେବେ ଉତ୍ସାହପ୍ରଦ ପ୍ରେରଣା ଆଗକୁ ବଢିବାକୁ ସହାସ ଯୋଗାଏ । ଶିକ୍ଷା କ୍ଷେତ୍ରରେ ପାଠ ହେଉ କି ସଙ୍ଗୀତ , ଖେଳ ହେଉ କି ନୃତ୍ୟ , ବାଦ୍ୟ ହେଉ କି ବକୃତା, ପ୍ରତିଟି କ୍ଷେତ୍ରରେ ତାଙ୍କର ମାର୍ଗଦର୍ଶନ କୃତୀ ପ୍ରତିଭାଙ୍କ ପାଇଁ ଆଣି ଦିଏ ଅଜସ୍ର ଖ୍ୟାତି, ଯଶ, ପ୍ରସିଦ୍ଧି । ସେ ହେଉଛନ୍ତି ସାକ୍ଷାତ ପରମବ୍ରହ୍ମ । ଯୁଗେ ଯୁଗେ ଗୁରୁଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁଦେବ ମହେଶ୍ୱର .. . ଗୁରୁ ସାକ୍ଷାତ ପରଂବ୍ରହ୍ମ .. ତସ୍ମୈ ଶ୍ରୀ ଗୁରବେ ନମଃ । ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସ । ଅଜ୍ଞାନ ରୁପକ ଅନ୍ଧକାରକୁ ଦୂର କରୁଥିବା ଗୁରୁଙ୍କ ପାଇଁ ଆଜି ଦିନଟି ବେଶ ସ୍ମରଣୀୟ । ଇଶ୍ୱରଙ୍କ ଅନ୍ୟ ରୂପ ଗୁରୁ । ଅଜ୍ଞାନ ଅନ୍ଧାରରୁ ଆଲୋକ ଦେଖାଉଥିବା ବ୍ୟକ୍ତିତ୍ୱ ହେଲେ ଗୁରୁ । ଶାସନ ଅନୁଶାସନ ଭିତରେ ଯିଏ ସ୍ନେହ ଭଲ ପାଇବା ଦିଅନ୍ତି ସେ ହେଲେ ଗୁରୁ । ଗୁରୁଙ୍କ ବିନା ଜୀବନରେ କେହି କେବେ ସଫଳ ହୋଇନାହାନ୍ତି । ଜୀବନର ପ୍ରତି କ୍ଷଣରେ ଯାହାଙ୍କଠୁ କିଛି ଶିଖିବାକୁ ମିଳେ ସେ ଗୁରୁ ପାଲଟି ଯାଆନ୍ତି । ସେଥିପାଇଁ ତ କଥାରେ ଅଛି ଗୁରୁ ବିନା ଜ୍ଞାନ ଅସମ୍ଭବ । ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସ । ଅଜ୍ଞାନ ରୁପକ ଅନ୍ଧକାରକୁ ଦୂର କରୁଥିବା ଗୁରୁଙ୍କ ପାଇଁ ଆଜି ଦିନଟି ବେଶ ସ୍ମରଣୀୟ । ଗୁରୁ ଶିଷ୍ୟର ପରମ୍ପରା ଆଜିର ନୁହେଁ ପୁରାଣ କାଳରୁ ଏହି ପରମ୍ପରା ରହି ଆସିଛି । ବେଦବ୍ୟାସଙ୍କ ଠାରୁ ଆରମ୍ଭ କରି ଦ୍ରୋଣାଚାର୍ଯ୍ୟଙ୍କ ପର୍ଯ୍ୟନ୍ତ ସବୁଠି ଦେଖି ବାକୁ ମିଳିଛି ଗୁରୁଙ୍କ ପ୍ରତି ଥିବା ଶିଶ୍ୟର ସେହି ଭକ୍ତି । ଡକ୍ଟର ରାଧାକୃଷ୍ଣଙ୍କ ଶିକ୍ଷା ପ୍ରତି ଥିବା ଅବଦାନକୁ ମନେ ପକାଇବା ପାଇଁ ତାଙ୍କର ଜନ୍ମଦିନକୁ ସାରା ଭାରତ ବର୍ଷ ଗୁରୁଦିବସ ଭାବେ ପାଳନ କରି ଆସୁଛି । ୧୯୬୨ ମସିହାରୁ ସେପ୍ଟେମ୍ଭର ୫ ତାରିଖକୁ ଗୁରୁ ଦିବସ ଭାବେ ପାଳିତ ହୋଇ ଆସୁଛି । ଡକ୍ଟର ରାଧାକ୍ରିଷ୍ଣନ ଏକାଧାରରେ ଥିଲେ ଜଣେ ଶିକ୍ଷାବିତ୍, ଦାର୍ଶନିକ ଓ କୂଟନୀତିଜ୍ଞ । ୧୯୫୪ ମସିହାରେ ଭାରତର ସମ୍ମାନଜନକ ଭାରତ ରତ୍ନ ପ୍ରଦାନ କରାଯାଇଥିଲା । ରାଧାକ୍ରିଷ୍ଣନଙ୍କ ଶିକ୍ଷା ପ୍ରତି ଥିବା ମହତ ଅବଦାନକୁ ମନେ ପକାଇବା ପାଇଁ ଆଜି ଦିନଟି ବେଶ ଗୁରୁତ୍ୱପୂର୍ଣ୍ଣ ।

Related Articles

Back to top button
WP Twitter Auto Publish Powered By : XYZScripts.com