Featuredଅନ୍ତର୍ଜାତୀୟଐତିହ୍ୟ ଓ ସଂସ୍କୃତିଜାତୀୟ

ଏଇ ଭାରତରେ ରହିଛି ଆଉ ଏକ ଆମେରିକା, ଭ୍ରମଣରେ ଆସନ୍ତି ଦେଶ-ବିଦେଶର ପର୍ଯ୍ୟଟକ

ଦୁନିଆରେ ରହିଛି ଅନେକ ପ୍ରାକୃତିକ ବୈଚିତ୍ର‌୍ୟ । ଯାହା ଦେଖିବା ମାତ୍ରେ ଭିନ୍ନ ଏକ ଦୁନିଆରେ ବିଚରଣ କରିବା ଭଳି ଅନୁଭବ ହେବ । ଏଭଳି ଏକ ପ୍ରାକୃତିକ ଶୋଭାରାଜିରେ ଭରପୂର ଆମେରିକାର ବ୍ରାଇସ୍ କେନିୟନ ନେସନାଲ ପାର୍କ । ପାହାଡ଼ ଭଳି ସୁଉଚ୍ଚ ଶିଳାଖଣ୍ଡ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବ । ପ୍ରକୃତିର ଅନେକ ବୈଚିତ୍ର‌୍ୟ ମଧ୍ୟରେ ବ୍ରାଇସ୍ କେନିୟନ ଅନ୍ୟତମ । ଏହି ଅପୂର୍ବ ପ୍ରାକୃତିକ ଶୋଭାରାଜି ଦେଖିବାକୁ ଦେଶବିଦେଶର ଅନେକ ପର୍ଯ୍ୟଟକଙ୍କୁ ସୁଅ ଛୁଟେ । ତେବେ ଆପାଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆମେରିକା ଭଳି ଆମ ଭାରତରେ ରହିଛି ଠିକ୍ ସେଭଳି ଏକ ବୈଚିତ୍ର‌୍ୟ। ଭାରତର ମଧ୍ୟପ୍ରଦେଶରେ ଏମିତି ଗୁମ୍ଫା ଓ ଶିଳାଖଣ୍ଡ ରହିଛି ଯାହା ଆମେରିକାର ବ୍ରାଇସ କେନିୟନ ଭଳି ଦେଖିବାକୁ ଏକାଭଳି । ଆସନ୍ତୁ ଜାଣିବା ଏ ସମ୍ପର୍କରେ…

ଭାରତର ଅନ୍ୟତମ ପର୍ଯ୍ୟଟସ୍ଥଳୀ ମଧ୍ୟରେ ମଧ୍ୟପ୍ରଦେଶର ଭୀମବେଟକା ବା ଭୀମକୁଣ୍ଡ ଅନ୍ୟତମ । ଏହା ଦେଖିବାକୁ ଠିକ୍ ଆମେରିକାର ବ୍ରାଇସ୍ କେନିୟନ ଭଳି । ତେବେ ଏଠାରେ ରହିଥିବା ପ୍ରାଚୀନ ଶିଳାଲିପି ଲାଗି ସ୍ଥାନଟି ଖୁବ୍ ପ୍ରସିଦ୍ଧ । ମଧ୍ୟପ୍ରଦେଶର ଭୋପାଳଠାରୁ ୪୫ କିମି ଦୂରରେ ଅବସ୍ଥିତ ଭୀମକୁଣ୍ଡର ଗୁମ୍ଫାରେ ଶେ।।ଭ ପାଉଛି ଅନେକ ଶିଳାଲେଖ । କୁହାଯାଏ ଏହା ୩୦ ହଜାର ବର୍ଷ ପୂର୍ବର ଶିଳାଲିପି ।
ଖାଲି ସେତିକି ନୁହେଁ, ପୌରାଣିକ ମହାଭାରତ ସହ ଏହି ଭୀମକୁଣ୍ଡ ଗୁମ୍ଫା, ଶିଳାଖଣ୍ଡ ଓ ଶିଳାଲିପି ଜଡ଼ିତ । ମହାଭାରତର ପଞ୍ଚୁ ପାଣ୍ଡବଙ୍କ ମଧ୍ୟରୁ ବୃକୋଦର ଭୀମ ଏଠାରେ ବସାଉଠା କରୁଥିଲେ । ଏଠାରେ ଥିବା ୭୬୦ ଚଟାଣ ମଧ୍ୟରେ ୫୦୦ ଚଟାଣ ଉପରେ ପ୍ରାଚୀନ ପେଣ୍ଟିଂ ରହିଛି । ସବୁଠାରୁ ବଡ଼କଥା ହେଉଛି ସୂର୍ଯ୍ୟଙ୍କ କିରଣ ଏହା ଉପରେ ସିଧାସଳଖ ପଡ଼ିଲେ ହିଁ ଏହି ଶିଳାଲିପି ଦୃଶ୍ୟମାନ ହୋଇଥାଏ ।
ଏବେ ଆସନ୍ତୁ ଜାଣିବା କେମିତି ପହଞ୍ଚିବେ ଏହି ପ୍ରାଚୀନ ଶିଳାଖଣ୍ଡ ସ୍ଥଳକୁ…

ଭୀମବେଟକା ବା ଭୀମକୁଣ୍ଡରେ ପହଞ୍ଚିବା ଲାଗି ଦେଶର ପ୍ରମୁଖ ସହରଗୁଡ଼ିକୁର ସଡ଼କ ପଥ ଯୋଡ଼ି ହୋଇଛି, ଯାହା କି ସହଜରେ ପହଞ୍ଚି ହେବ । ବେସରକାରୀ ଗାଡ଼ିରେ ଏହି ସ୍ଥଳକୁ ପହଞ୍ଚିବାରେ କୌଣସି ସମସ୍ୟା ନାହିଁ । ସେହିପରି ଭୀମୁକଣ୍ଡର ସବୁଠୁ ନିକଟ ରେଳ ଷ୍ଟେସନ ହେଉଛି ଭୋପାଳ । ଏହି ରେଳ ଷ୍ଟେସନରୁ ମାତ୍ର ୩୭ କିମି ଦୂରରେ ରହିଛଇ ଭୀମକୁଣ୍ଡ । ଏଠାରୁ ସହଜରେ ଟାକ୍ସି ଓ ଅନ୍ୟାନ୍ୟ ଗାଡ଼ି ମିଳିଥାଏ । ଯଦି କେହି ଫ୍ଲାଇଟରେ ଯିବାକୁ ପସନ୍ଦ କରିବେ, ତେବେ ଏହାର ନିକଟତମ ପୋର୍ଟ ହେଉଛି ରାଜା ଭୋଜ ଏୟାରପୋର୍ଟ । ତେବେ ପୋର୍ଟରୁ ଭୀମକୁଣ୍ଡର ଦୂରତା ପ୍ରାୟ ୪୫ କିମି । ଯେଉଁଠାରୁ ସହଜରେ ଗାଡ଼ି ଉପଲବ୍ଧ ।

ତେବେ ଜାଣିଲେ ତ ଭାରତରେ ରହିଥିବା ଏକ ଛୋଟ ଆମେରିକା କଥା । କେମିତି ଲାଗିଲା କମେଣ୍ଟ କରନ୍ତୁ ।

Related Articles

Back to top button
WP Twitter Auto Publish Powered By : XYZScripts.com