ଓଡ଼ିଶା
ସିଙ୍ଗାଖୁଣ୍ଟା ପଞ୍ଚାୟତରେ ଝାଡାବାନ୍ତି ଆତଙ୍କ, ସପ୍ତାହ ଭିତରେ ଗଲାଣି ତିନି ଜୀବନ
ବାଲେଶ୍ୱର: ସୋର ବ୍ଲକ ସିଙ୍ଗାଖୁଣ୍ଟା ପଞ୍ଚାୟତ ଶିମିଳିଖୁଲ ଗ୍ରାମରେ ଝାଡାବାନ୍ତି ଆତଙ୍କ, ସପ୍ତାହ ଭିତରେ ଗଲାଣି ତିନି ଜୀବନ l ଏବେ ବି ୧୫ରୁ ଉର୍ଦ୍ଧ ଲୋକ ଆକ୍ରାନ୍ତ, ଜଣେ ଗୁରୁତର ହୋଇ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି l
ଗାଁରେ ଡାକ୍ତରୀ ଟିମ ଠିକ ଭାବରେ ଚିକିତ୍ସା କରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଗ୍ରାମ ବାସୀ l ବାଲେଶ୍ୱର ସିଡିଏମଙ୍କୁ ସ୍ଥାନୀୟ ସରପଞ୍ଚ ଅଭିଯୋଗ କରିଥିଲେ ମଧ୍ୟ ମିଳିପାରୁନି ଉଚ୍ଚ ସ୍ତରୀୟ ସ୍ୱାସ୍ଥ୍ୟ ସେବା l ସିଡିଏମଓ ଜାଣି ମଧ୍ୟ ବର୍ତମାନ ସୁଦ୍ଧା ପହଂଚି ନଥିବା ବେଳେ ଝାଡା ବାନ୍ତି ଆକ୍ରାନ୍ତରେ କିପରି ଲାଗିବ ରୋକ