ଓଡ଼ିଶା

ଗ୍ୟାସ ସିଲିଣ୍ଡର ଫାଟି କ୍ଷୟକ୍ଷତି ହେଲେ ମିଳିବ….କେତେ ଜାଣନ୍ତୁ

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟଙ୍କ ବଡ଼ ସୂଚନା l ଏଣିକି ଗ୍ୟାସ୍‌ ଫାଟି କ୍ଷୟକ୍ଷତି ହେଲେ ମିଳିବ କ୍ଷତିପୂରଣ । ଏନେଇ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି ଓଡ଼ିଶା ହାଇକୋର୍ଟ । ନୟାଗଡ଼ ସିଲିଣ୍ଡର ବିସ୍ଫୋରଣ ମାମଲାରେ ଶୁଣାଣି କରି କୋର୍ଟ ରାୟ ପ୍ରଦାନ କରିଛନ୍ତି ।

କୋର୍ଟ କହିଛନ୍ତି, ଗ୍ୟାସ ଫାଟି କ୍ଷୟକ୍ଷତି ହେଲେ ଏଣିକି କ୍ଷତିପୂରଣ ମିଳିବ। କୋର୍ଟ କ୍ଷତିପୂରଣ ଦେବାକୁ ଗ୍ୟାସ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି । ଗ୍ୟାସ ଫାଟିଲେ ଆହତଙ୍କୁ ୨ଲକ୍ଷ ଓ ମୃତକଙ୍କୁ ୪ଲକ୍ଷ ଦେବାକୁ ପଲିସି ରହିଛି ବୋଲି କୋର୍ଟ କହିଛନ୍ତି ।

ସେହିପରି ଘର ପୋଡ଼ି ଗଲେ ୨ଲକ୍ଷ ଟଙ୍କା ଦେବାକୁ ପଲିସି ରହିଛି ବୋଲି କୋର୍ଟ କହିଛନ୍ତି । ଉପଭୋକ୍ତାଙ୍କୁ ଅଧିକାର ବାବଦରେ ଅବଗତ କରାଯାଉ । ନିୟମିତ ଭାବେ ଗ୍ରାହକଙ୍କୁ ଏ ସମ୍ପର୍କରେ ସଚେତନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com