ଓଡ଼ିଶା

ଉତ୍ପାତ କଲେଣି ସାଇବର ଠକ: ଆତଙ୍କ ଖେଳାଇ ଲୁଟି ଚାଲିଛନ୍ତି, ସତର୍କ ରହିବାକୁ କମିସନରେଟ୍‌ ପୁଲିସ ପକ୍ଷରୁ ପରାମର୍ଶ ରେଳ ଅଧିକାରୀଙ୍କୁ ୭୧ ହଜାରର ଚୂନ

ଭୁବନେଶ୍ବର() ହୋସ୍ ଉଡ଼ାଇଲେଣି ସାଇବର ଅପରାଧୀ। ଆତଙ୍କ ଖେଳାଇ ଲୁଟି ଚାଲିଛନ୍ତି। ୟୋନୋ ଆପ୍ ଡାଉନଲୋଡ୍ ନାଁରେ ଜଣେ ରେଳବାଇ ଅଧିକାରୀଙ୍କଠାରୁ ଲୁଟି ନେଇଛନ୍ତି ୭୧ ହଜାର ଟଙ୍କା। ଲୁଟ୍‌ର ଶିକାର ହୋଇଛନ୍ତି ରେଳବିହାରରେ ରହୁଥିବା ନିର୍ମଳ ଚନ୍ଦ୍ର ଦାସ। ଏ ନେଇ ସେ କମିସନରେଟ ପୁଲିସର ସାଇବର ଥାନାରେ ଅଭିଯୋଗ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ପୂର୍ବରୁ ନିର୍ମଳଙ୍କ ମୋବାଇଲରେ ଥିବା ଏସବିଆଇ ୟୋନୋ ଆପ୍ ବ୍ଲକ୍ ହୋଇ ଯାଇଥିଲା। ତେଣୁ ସେ ପୁରୁଣା ଆପକୁ ଡିଲିଟ୍ କରି ନୂଆ ଆପ୍ ଲୋଡ୍ କରିବା ପାଇଁ ଚାହିଥିଲେ। ପ୍ଲେ’ ଷ୍ଟୋର୍‌ରୁ ନୂଆ ଆପ୍ ଲୋଡ୍ କରିଥିଲେ। କିନ୍ତୁ ପୁରୁଣା ପାସୱାର୍ଡ ଦେଇଥିଲେ ମଧ୍ୟ ଆପ୍ ଖୋଲି ନ ଥିଲା। ଏହା ପରେ ସେ ଷ୍ଟେଟ୍ ବ୍ୟାଙ୍କ ହେଲପ ଲାଇନକୁ ଫୋନ୍ କରିଥିଲେ। କିନ୍ତୁ ସେହି ଲାଇନ୍ ବ୍ୟସ୍ତ ଥିବା କହିଥିଲା। କିଛି ସମୟ ପରେ ତାଙ୍କ ପାଖକୁ ଏକ ଫୋନ୍ କଲ୍ ଆସିଥିଲା। କଲ୍ କରିଥିବା ବ୍ୟକ୍ତି ନିଜକୁ ୟୋନୋ କର୍ମଚାରୀ ବୋଲି କହିବା ସହ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ନିର୍ମଳ ତା’ କଥାରେ ରାଜି ହୋଇ ନ ଥିଲେ ମଧ୍ୟ ମୋବାଇଲ ଫୋନକୁ ଆସିଥିବା ଏକ ଲିଙ୍କ ଓପନ୍ କରିଥିଲେ। ଏହା ପରେ ସାଇବର ଠକ ତାଙ୍କର ଆରଡି ଆକାଉଣ୍ଟକୁ ହ୍ୟାକ୍ କରି ୭୧ ହଜାର ଟଙ୍କା ଲୁଟି ନେଇଥିଲା। ସାଇବର ବିଶେଷଜ୍ଞଙ୍କ କହିବା ଅନୁସାରେ, ନିର୍ମଳ ଯେତେବେଳେ ହେଲ୍ପ-ଲାଇନ୍‌କୁ କଲ୍‌ କରିଥିଲେ, ସେତେବେଳେ ସାଇବର ଅପରାଧୀମାନେ ପେନିଟ୍ରେସନ୍ କରି ସବୁ ତଥ୍ୟ ଚୋରି କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com