ଓଡ଼ିଶା

ମମିତା ମେହେର ହତ୍ୟାକାଣ୍ଡ ଘଟଣା : ବିଜେଡି ଉପରେ ବର୍ଷିଲେ ରାଜ୍ୟ ବିଜେପି ସଭାପତି

ସମ୍ବଲପୁର() ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ବିଜେଡି ଉପରେ ବର୍ଷିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ସମ୍ବଲପୁରରେ ସାମ୍ବାଦିକ ସମ୍ମିଳନୀ କରି ଏଭଳି ଅଭିଯୋଗ ଆଣିଛନ୍ତି ସମୀର ମହାନ୍ତି । ଏହି ଘଟଣାରେ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବାବେଳେ ରାଜ୍ୟ ସରକାର ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରୁନଥିବା ବିଜେପି ଅଭିଯୋଗ କରିଛି ।

ଏହାସହ ଉଷୁନା ଚାଉଳ ପ୍ରସଙ୍ଗରେ ମଧ୍ୟ ସମୀର ମହାନ୍ତି ଉତ୍ତର ରଖିଛନ୍ତି । ଉଷୁନା ଚାଉଳ କଥା ପରେ ପ୍ରଥମେ କେନ୍ଦ୍ର ଏମଏସପି ପଇସା ଦେଉଥିବା ବେଳେ ରାଜ୍ୟ ଧାନ କିଣୁନଥିବା କହିଛି ବିଜେପି । ଏହାସହ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଷୁଡି ପଡିଥିବା ମଧ୍ୟ ଅଭିଯୋଗ କରିଛି ବିଜେପି । ଏହାସହ ତାର ନିର୍ବାଚନୀ ଇସ୍ତହାର ମଧ୍ଯ ଜାରି କରିଛି ବିଜେପି ।

Related Articles

Back to top button
WP Twitter Auto Publish Powered By : XYZScripts.com