ଓଡ଼ିଶା

ଭିଜିଲାନ୍ସ ଜାଲରେ ଜେଲ୍‌ ଅଧିକ୍ଷକ, ୭ଟି ସ୍ଥାନରେ ଚଢ଼ାଉ

ଭୁବନେଶ୍ୱର: କେନ୍ଦୁଝର ଜେଲ୍‌ ସୁପରିଟେଣ୍ଡେଣ୍ଟଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି । ଆୟ ବହିର୍ଭୁତ ସମ୍ପତି ଅଭିଯୋଗରେ ରେଡ୍‌ । କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରର ସୁପରିଟେଣ୍ଡେଣ୍ଟ ସତ୍ୟ ପ୍ରକାଶ ସ୍ୱାଇଁଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ାଉ । ଶୁକ୍ରବାର ଭୁବନେଶ୍ୱରରୁ ଏକ ଟିମ କେନ୍ଦୁଝର ଭିଜିଲାନ୍ସ ସହାୟତାରେ ଚଢ଼ାଉ କରିଛି ।

କେନ୍ଦୁଝର ଅଫିସ୍, ବାସଭବନ ,ଭଦ୍ରକ ପୈତୃକ ଭବନ, ଭୂବନେଶ୍ଵର ଲକ୍ଷ୍ମୀସାଗର ସ୍ଥିତ ନିଜ ଘର ଓ ଶ୍ୱଶୁର ଘର, ଜାଗମରାର ନିଜ ଘର ମିଶି ୭ ଟି ସ୍ଥାନରେ ଚଢାଉ ଜାରି ରହିଛି । ଏହି ଚଢାଉ ପାଇଁ କୋର୍ଟରୁ ଏକ ସର୍ଚ୍ଚ ୱାରେଣ୍ଟର ଜାରି କରାଯାଇଥିଲା । ୧୨ ଜଣ ଡିଏସ୍‌ପି, ୧୧ ଜଣ ଇନ୍ସପେକ୍ଟର (ଏସ୍‌ଆଇ ଏବଂ ଏସ୍‌ଆଇ)ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଏହି ରେଡ୍‌ କରାଯାଇଛି ।

ଭୁବନେଶ୍ୱର ଲକ୍ଷ୍ମୀସାଗରରେ ୨ଟି ଘର, ଝାରପଡ଼ା ଏବଂ ଖଣ୍ଡଗିରିରେ ରେଡ୍ କରାଯାଇଛି । ଝାରପଡାଠାରେ ଥିବା ୩ ମହଲା ଘରକୁ ୪ ବର୍ଷ ଭିତରେ ନିର୍ମାଣ କରିଛନ୍ତି ସୁପରିଟେଣ୍ଡେଣ୍ଟ ସତ୍ୟ ପ୍ରକାଶ । ୨୦୦୦ ମସିହାରେ ୩ ହଜାର ବର୍ଗଫୁଟ ବିଶିଷ୍ଟ ଏକ ସିଙ୍ଗଲ ଷ୍ଟୋରେଜ ବିଲ୍ଡିଂ କିଣିଥିଲେ । ପରେ ତାକୁ ସମ୍ପୂର୍ଣ୍ଣ ଭାଙ୍ଗି ୩ ମହଲା ଘର ତିଆରି କରିଛନ୍ତି । କେବଳ ସେତିକି ନୁହେଁ, ଏହି ଘରେ ଶଙ୍ଖ ମଲମଲ ପଥରର ଚଟାଣ, ଶାଗୁଆନ କାଠର ଶିଢ଼ି, ବାହାର ରାଜ୍ୟର ସାଜସଜା ସାମଗ୍ରୀ ମଧ୍ୟ ଦେଖିବାକୁ ମିଳିଛି ।

ଏହାସହ ଷ୍ଟେଟ ବ୍ୟାଙ୍କରେ ୫ଟି ଆକାଉଣ୍ଟ, ବିଭିନ୍ନ ବ୍ୟାଙ୍କର ପାସ୍‌ବୁକ୍ ଓ ଏଟିଏମ୍‌, ୮ଟି ଦାମୀ ଘଣ୍ଟା, ୪ଟି ପାସପୋର୍ଟ, ଏକାଧିକ ଘରର ଦସ୍ତାବିଜ୍,୧୦ରୁ ଅଧିକ ମୋବାଇଲ ଜବତ କରିବା ସହ ଭୁବନେଶ୍ୱରରେ ୩ଟି ପ୍ଲଟ ଠାବ କରିଛି ଭିଜିଲାନ୍ସ । ଏହା ସହ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ଏହି ରେଡ୍‌ରେ ସତ୍ୟ ପ୍ରକାଶଙ୍କର ବିଦେଶୀ ଦାମୀ ମଦ ସଉକ ଥିବା ମଧ୍ୟ ଜଣାପଡିଛି ।

ଆୟବହିର୍ଭୂତ ସମ୍ପତ୍ତି ଠୁଳ ନେଇ ସତ୍ୟପ୍ରକାଶଙ୍କ ନାଁରେ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଏକ ମାମଲା ହୋଇ ଥିଲା। କୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ଚଢ଼ାଉ ଜାରି ରହିଛି ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com